।। ନବରଙ୍ଗପୁର ଜିଲ୍ଲାଭିତ୍ତିକ ନିଯୁକ୍ତି ନେଇ ନବରଙ୍ଗପୁର ଜିଲ୍ଲାମିଳିତ ମଞ୍ଚ ତରଫରୁ ଗଣ ଧାରଣା ଓ ଆନ୍ଦୋଳନ ।।

Sep 29, 2024 - 12:42
 0  110
।। ନବରଙ୍ଗପୁର ଜିଲ୍ଲାଭିତ୍ତିକ ନିଯୁକ୍ତି ନେଇ ନବରଙ୍ଗପୁର ଜିଲ୍ଲାମିଳିତ ମଞ୍ଚ ତରଫରୁ ଗଣ ଧାରଣା ଓ ଆନ୍ଦୋଳନ ।।

ନବରଙ୍ଗପୁର ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଗଣ ଅନୁଷ୍ଠାନ ଜିଲ୍ଲାର କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରତିବାଦ କରିଛନ୍ତି ପ୍ରକାଶ ଥାଉ କି ମୋଟ ୧୧୧୭ ଟି କନିଷ୍ଠ ଶିକ୍ଷକ ପଦବୀରୁ ନବରଙ୍ଗପୁର ଜିଲ୍ଲାର ୮୬୦ ଗୋଟି ଶିକ୍ଷକ ନିଯୁକ୍ତିର ଏଗ୍ରିମେଣ୍ଟ ପ୍ରକ୍ରିୟା ବର୍ତ୍ତମାନ ଜିଲ୍ଲାରେ ଚାଲୁ ରହିଥିଲାବେଳେ ଏଥିରେ ବାହାର ଜିଲ୍ଳାରୁ ପ୍ରାଥୀ ଆସି ସାମିଲ ହୋଇଥିଲେ ଏହାର ଖବର ଆସିବାପରେ ନବରଙ୍ଗପୁର ଜିଲ୍ଲା ମିଳିତ ମଞ୍ଚ ତରଫରୁ ପ୍ରତିବାଦ କରି ସେମାନଙ୍କୁ ଏଗ୍ରିମେଣ୍ଟ ନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରି ଅନଶନରେ ବସିଥିଲେ ଅବିଭକ୍ତ କୋରାପୁଟ ଜିଲ୍ଲାର ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରି ଅନ୍ୟ ବାହାର ଜିଲ୍ଲାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ କରାନଯାଏ ତାହାହେଲେ ଆଗାମୀ ଦିନକୁ ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ବାସୀ ରାଜରାସ୍ତାକୁ ଓହ୍ଲାଇ ଏହାର ଉଗ୍ର ପ୍ରତିବାଦ କରିବାର ଚେତାବନୀ ଦେଇଛନ୍ତି ନବରଙ୍ଗପୁର ଜିଲ୍ଲା ମିଳିତ ଗଣମଞ୍ଚ, ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେଇ କେତେ ଶୀଘ୍ର ଏହାକୁ ସମାଧାନ କରୁଛନ୍ତି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ