ନବରଙ୍ଗପୁର ଜିଲ୍ଲା ଜର୍ଣ୍ଣାଲିଷ୍ଟ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଅନୁଦାନ ରାଶି ପ୍ରଦାନ

Aug 25, 2025 - 14:55
 0  49
ନବରଙ୍ଗପୁର ଜିଲ୍ଲା ଜର୍ଣ୍ଣାଲିଷ୍ଟ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଅନୁଦାନ ରାଶି ପ୍ରଦାନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୫.୦୮.୨୦୨୫ ରିଖ: ଚଳିତ ମାସ ୧୯ ତାରିଖରେ ନବରଙ୍ଗପୁର ଜିଲ୍ଲା ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘର ( ଓ଼, ୟୁ, ଡବଳୁ, ଜେ,) ଜଣେ ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବି ହରିହର ଶତପଥୀଙ୍କ ଧର୍ମପତ୍ନୀ ଶ୍ରୀମତୀ କୁନ୍ତଳା କୁମାରୀ ( ୫୩ ) ଙ୍କ ସ୍ୱର୍ଗବାସ ହୋଇଥିଲା ! ଏହି ଦୁଖଦଃ ଖବର ଶୁଣି ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘ ନବରଙ୍ଗପୁର ଗଭୀର ଦୁଃଖ ପ୍ରକାଶ କରିବା ସହିତ ସ୍ୱର୍ଗବାସୀ କୁନ୍ତଳା କୁମାରୀଙ୍କ ଅମର ଆତ୍ମାର ସଦଗତି ପାଇଁ ସମସ୍ତେ ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରିଥିଲେ !ସଙ୍ଘର କିଛି କର୍ମକର୍ତ୍ତା ଶତପଥୀଙ୍କ ବାସ ଭବନରେ ପହଞ୍ଚି ତାଙ୍କୁ ସମବେଦନା ଜଣେଇବା ସହିତ ତାଙ୍କୁ ସାନ୍ତ୍ୱନା ଦେଇଥିଲେ ! ତତ ସହିତ ନବରଙ୍ଗପୁର ଜିଲ୍ଲା ଜର୍ଣ୍ଣାଲିଷ୍ଟ ୱେଲଫେୟାର ଟ୍ରଷ୍ଟ ଫାଣ୍ଠିରୁ ଶୁଦ୍ଧିକ୍ରିୟା ନିମନ୍ତେ ୫୦୦୦ ( ପାଞ୍ଚ ହଜାର ଟଙ୍କା ) ପ୍ରଦାନ କରାଯାଇଥିଲା ! ପ୍ରକାଶ ଥାଉକି, ଏହି ଟ୍ରଷ୍ଟ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ମଧ୍ୟରୁ କୌଣସି ସଦସ୍ୟ ଯଦି କୌଣସି ବି ଅଘଟଣ ଘଟେ, ତେବେ ସାହାଯ୍ୟର ହାତ ବଢାଇବା ସହିତ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ କରିବା ପାଇଁ ସଂଗଠନ ପ୍ରତିଶ୍ରୁତିବଦ୍ଧ ବୋଲି ସଂଘର ସଭାପତି ଶ୍ରୀ ଶେଖର ଖୁରା ସମ୍ପାଦକ ଶ୍ରୀ ଅଶୋକ କୁମାର ସାହୁ ଙ୍କ ସହ ଶ୍ରୀ ହିମାଂଶୁ ଶେଖର ବାଘ,ପ୍ରକାଶ କରିଛନ୍ତି !ଏହି ଅନୁଦାନ ରାଶି ପ୍ରଦାନ ସମୟରେ ଓ଼, ୟୁ,ଡବଳୁ,ଜେ, ୟୁନିଟ ର ସାମ୍ବାଦିକ ଶ୍ରୀ ଲଷ୍ମୀ ଚନ୍ଦ୍ର ଟାକ୍ରୀ,ରଞ୍ଜିତ ନାୟକ, ନରସିଙ୍ଗ ବାଘ,ତପନ ଦାସ, ସବ୍ୟସାଚି ଭରତୀୟା, ରସିକ ସରକାର, କେନରାମ ବିଶ୍ୱାସ, ମୋନଜ କୁମାର ବାଘ, ଶ୍ରୀନି ବାସ ରାଓ, ସୁଦାମ ମିଶ୍ର ଙ୍କ ସହ ଅନ୍ୟ ସଭ୍ୟ ଉପସ୍ଥିତ ଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ