।। ନବଦିବସୀୟ କୋଶଲି ଧନୁଯାତ୍ରା ଉଦଘାଟିତ ।।

Jan 3, 2024 - 15:14
 0  24
।। ନବଦିବସୀୟ କୋଶଲି ଧନୁଯାତ୍ରା ଉଦଘାଟିତ ।।

ନୂଆପଡା,କଳା, ସଂସ୍କୃତି ଓ ଐତିହ୍ୟ ସଂପନ୍ନ ମାଟି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଂଚଳର 'ତୁକଲା' ଗ୍ରାମରେବ୨୭ ରୁ ଜାନୁଆରୀ 4 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ନବଦିବସୀୟ ବିରାଟ କୋଶଲୀ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଅଛି । ମୁକ୍ତରଂଗମଞ୍ଚର ଏହି ମହାପୀଠର ପ୍ରଥମ ଦିନ ୨୭ରେ କୋଶଲୀ କବି, ଗବେଷକ ବ୍ରଜମୋହନଙ୍କ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ତଥା ତୁକୁଲା ଗ୍ରାମର ସରପଂଚ ନୀଳାଦ୍ରି ମେହେର, ସମିତି ସଭ୍ୟ ଟଂକଧର ପଟେଲ, ଅବସରପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିତ ମଝିଆ ମେହେର, ଗ୍ରାମର ଇଷ୍ଟଦେବତାଙ୍କ ସେବକ ଝାଙ୍କର ନରେଶ ମାଝୀ, ବିଶିଷ୍ଟ ବଂଶୀ ବାଦକ ନବୀନ ଦାଶ ତଥା ସମସ୍ତଙ୍କ ଊର୍ଦ୍ଧ୍ବରେ ମହାପର୍ବର ମୁଖ୍ୟ ଆକର୍ଷଣ କଂସ ମହାରାଜ ଭୂମିକା ତୁଲାଉଥିବା ସୁଶାନ୍ତ ମେହେର ସମେତ ଅତିଥିଙ୍କ ଦ୍ବାରା ବିଦ୍ୟା ଓ କଳାର ଅଧିକାରିଣୀ ବୀଣାପାଣି ସରସ୍ବତୀ ଓ ସର୍ବ ଐଶ୍ବର୍ଯ୍ୟର ଜନନୀ ଜଗଜ୍ଜନନୀ ମହାଲକ୍ଷ୍ମୀଙ୍କ ନିକଟରେ ଦୀପ ପ୍ରଜ୍ଜ୍ବଳନ କରି ସାରିବା ପରେ ଏହି ମହାତ୍ସୋବର ଆରମ୍ଭ କରାଯାଇଥିଲା । ଏହିସଭାରେ ଅତିଥିମାନଙ୍କ ବକ୍ତବ୍ୟ ମଧ୍ୟରେ ଥିଲା ସମସ୍ତ ଉଦ୍‌ଯୋଗକର୍ତାଙ୍କ ପ୍ରତି ଅନେକ ପ୍ରଶଂସା ।ବିଶେଷ ଭାବରେ ଅଧ୍ୟାପକ ବ୍ରଜମୋହନ ମେହେର 'ତୁକୁଲା'ଗ୍ରାମର ଐତିହ୍ୟ, କୋଶଲୀ ଭାଷାର ମହତ୍ତ୍ବ ତଥା ଧନୁଯାତ୍ରାର ସାଂସ୍କୃତିକ ପରିଚୟ ପ୍ରଦାନ କରିଥିଲେ । ଅତିଥି ପରିଚୟ ଓ ଧନ୍ୟବାଦ ପ୍ରଦାନ କରିଥିଲେ ଶିଶୁମନ୍ଦିରର ଆଚାର୍ଯ୍ୟ କିରଣ ପଟେଲ ।ସଭାର ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଥିଲେ ସାମ୍ବାଦିକ କୁନାଳ ଚରଣ ବେହେରା, ମେହେର ସମାଜ ତୁକଲାର ସଂପାଦକ ଶଦେବୀଚରଣ ମେହେର, ଯୁବନେତା ହୀରାଧର ମେହେର ପ୍ରମୁଖ ।ସେହିଭଳିଦ୍ବିତୀୟ ୨୮ର ସଭାକାର୍ଯ୍ୟରେ ଉପେନ୍ଦ୍ର ପ୍ରଭାକର ମହାବିଦ୍ୟାଳୟ, ତୁକଲାର ଅଧ୍ୟକ୍ଷ ବିଘ୍ନରାଜ ଦାଶ, ଗ୍ରାମର ଗଣ୍ୟମାନ୍ୟ ରାଜ କୁମାର ଖେମକା ଓ ବଲ୍ଲବ ଦୁବେ ପ୍ରମୁଖ ମହାନୁଭବମାନେ ସଭାମଣ୍ଡନ କରିଥିଲେ ।ପ୍ରଥମଦିନର ରଜନୀର ମୁକ୍ତର ରଂଗମଞ୍ଚରେ ଅଭିନୀତ ହୋଇଥିଲା କଂସ ଜନ୍ମର ବିବରଣ । ଦ୍ବିତୀୟ ଦିନର ରଜନୀରେ ଅଭିନୀତ ହୋଇଥିଲା ଦେବକୀ-ବିବାହ, ଉଗ୍ରସେନଙ୍କ ଗାଦିଚ୍ୟୁତ ପ୍ରସଙ୍ଗ ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି କୋଶଲୀ ଧନୁଯାତ୍ରାର କାର୍ଯ୍ୟକାରୀ କମିଟି ମଧ୍ୟରେ ସଭାପତି ଜଗନ୍ନାଥ ମେହେର, ଉପସଭାପତି ସନ୍ତୋଷ ମେହେର, ସଂପାଦକ ନୀଳାମ୍ବର ମେହେର, ଉପସଂପାଦକ ଚୂଡ଼ାମଣି ମେହେର ତଥା ଉମେଶ ମେହେର, ଡଗ୍ରେଶ୍ବର ମେହେର, କ୍ଷିତପତି ମେହେର ପ୍ରମୁଖ ଅନେକ ଯୁବପ୍ରତିଭାଙ୍କ ନିରନ୍ତର ପ୍ରୟାସ ଏହି ମହୋତ୍ସବକୁ ସଫଳ କରିବାରେ ମୁଖ୍ୟ ଭୂମିକା ନିଭାଇଛି । ଏହାସହ କିରଣ ପଟେଲ, ସୁଜିତ ଦାଶ, ଦେବୀ ଚରଣ ମେହେର ଯୋଗଦାନ କରିଥିଲେ ।

ରିପୋର୍ଟର ଝାଙ୍କେଶ୍ୱର 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ