ନବ ଦାସ ଫାଉଣ୍ଡେସନ ପକ୍ଷରୁ କିର୍ମିରା ରେ ସ୍ଵାସ୍ଥ୍ୟ ଶିବିର
କିର୍ମିରା ୨୭।୧(ଫାଷ୍ଟ ନିଉଜ ଓଡ଼ିଶା) ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ୩ୟ ଶ୍ରାଦ୍ଧବାର୍ଷିକୀ ଅବସରରେ ନବ ଦାସ ଫାଉଣ୍ଡେସନ ପକ୍ଷରୁ ବିଶାଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟିକା ଦିପାଳୀ ଦାସ, ଭାଇ ବିଶାଳ ଦାସଙ୍କ ତତ୍ଵାଧାନରେ ଆୟୋଜିତ ଶିବରକୁ ନବ ଦାସଙ୍କ ପତ୍ନୀ ମିନତୀ ଦାସ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଚକ୍ଷୁ ବିଶେଷଜ୍ଞ ଡ଼ା.ଆଲୋକ କୁମାର ସାହୁ, ଦନ୍ତ ବିଶେଷଜ୍ଞ ଡ଼ା.ସୁମେଶ ଉପାଧ୍ୟାୟ,ମେଡିସିନ ବିଶେଷଜ୍ଞ ଡ଼ା. ଆସିମ ମହାନ୍ତି, ସ୍ତ୍ରୀ ଓ ପ୍ରସ୍ତୁତି ବିଶେଷଜ୍ଞ ଡ଼ା. ନିର୍ମାଣ ଅଗ୍ରୱାଲ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡ଼ା. ରୋଶନ ସାମର୍ଥ, ହୃତ ରୋଗ ବିଶେଷଜ୍ଞ ଡ଼ା.ସୁନିଲ ଶର୍ମା ଯୋଗଦେଇ ୬୦୬ ଜଣ ରୋଗୀଙ୍କୁ ସ୍ଵାସ୍ଥ୍ୟ ପରିକ୍ଷା କରିଥିଲେ।ବ୍ଳକ ବିଜେଡ଼ି ସଭାପତି ଚୂଡ଼ାମଣି ସାହୁ, ବାନ୍ଧପାଲି ସରପଞ୍ଚ ତପି ମରେଇ, ଜିଲାପରିଷଦ ରୀତା ବାଗ,ସରପଞ୍ଚ ମନ ବାଗ,ବରିଷ୍ଠ ବିଜେଡ଼ି ନେତା ଜଗନ୍ନାଥ ଜେନା, ସରୋଜ ନାୟକ,ମଳୟ ସାହୁ,ତପନ ସା, ମୀନକେତନ ବେହେରା,ପୂର୍ବତନ ଜିଲାପରିଷଦ ସପ୍ନାମୟୀ ପଟେଲ, ଯୁବନେତା ରାମେଶ୍ଵର ପାଣିଗ୍ରାହୀ,ମାନସ ସାହୁ,ସୁନିଲ କୁଆଁର, କିରଣ ଜଗତ, ପ୍ରେମାନନ୍ଦ ବେସନ,ଟିମନ ଅମାତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ: ଫାଷ୍ଟ ନିଉଜ ଓଡ଼ିଶା
What's Your Reaction?
Like
1
Dislike
0
Love
1
Funny
0
Angry
0
Sad
0
Wow
0