।। ଧନୁତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟଣା, ଅଭିଯୁକ୍ତ ଗଲା ଜେଲ ।।

May 27, 2024 - 19:54
 0  39
।। ଧନୁତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟଣା, ଅଭିଯୁକ୍ତ ଗଲା ଜେଲ ।।

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଦାତୁନାମ ଗ୍ରାମରେ ଶନିବାର ପୂର୍ବ ଶତ୍ରୁତାକୁ ନେଇ ଖଡ଼ାଙ୍ଗ ଗ୍ରାମର ରାମଚନ ପହରିଆ (୩୦) ଙ୍କୁ ଧନୁତୀର ମାରି ହତ୍ୟା କରିବା ଘଟଣାରେ କୋମନା ଥାନା ପୁଲିସ ଅଭିଯୁକ୍ତ ଜଳାରାମ ପହରିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁସାରେ, ଶନିବାର ମଧ୍ୟାହ୍ନରେ ଖଡ଼ାଙ୍ଗ ଗ୍ରାମର ରାମଚନ ପହରିଆ ଦାତୁନାମ ଗ୍ରାମର ଜଳାରାମ ପହରିଆ ଘରକୁ ଆସିଥିଲେ । ହେଲେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଉଭୟେ ମାଡ଼ପିଟ ହୋଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ଜଳାରାମ ଘରେ ଥିବା ଧନୁତୀର ଆଣି ରାମଚନଙ୍କ ପେଟକୁ ବିନ୍ଧିଥିଲେ। ପେଟରେ ତୀର ବାଜିଲା ପରେ ଘଟଣାସ୍ଥଳରେ ଛଟପଟ ହୋଇ ରାମଚନଙ୍କ ମୃତ୍ୟୁ ଘଟିଥିଲା । ପରେ ଅଭିଯୁକ୍ତ ନିଜେ ପେଟରେ ରହିଥିବା ତୀରକୁ ବାହାର କରି ଗାଁରେ ଆତଙ୍କ ଖେଲାଇ ଥିଲା । ଏ ବାବଦରେ ଗ୍ରାମବାସୀ କୋମନା ଥାନାକୁ ଖବର ଦେଇଥିଲେ । କୋମନା ଥାନା ଅଧିକାରୀ ରାତିରେ ଦାଡୁନାମ ଗାଁରେ ପହଞ୍ଚି ମୃତଦେହ ଜବତ କରିଥିଲେ । ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି |

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ