ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ: ଜଣେ ଗୁରୁତର ମେଡିକାଲ ରେ ଭର୍ତ୍ତି

Aug 21, 2025 - 21:11
 0  9
ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ: ଜଣେ ଗୁରୁତର ମେଡିକାଲ ରେ ଭର୍ତ୍ତି

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କୋଟଗଡ ଥାନା ଅନ୍ତର୍ଗତ ଲାସେରୀ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ବାଲିଗୁଡା ମେଡିକାଲ ରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଥିବା ଜଣାପଡିଛି l ଘଟଣା ରୁ ପ୍ରକାଶ ଯେ, ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁବାସ ବୋଷ କଲେଜ ରୁ କ୍ଲାସ ସାରି ନିଜ ଘର କୁ ବାଇକ ନଂ.ଓଡି-୧୨ ଏଫ- ୮୭୭୯ ଯୋଗେ ଫେରୁଥିଲେ। ସେହି ସମୟରେ ବଣ୍ଡପିପିଲି ରୁ ବାଇକ ନଂ. ଓଡି-୧୨-ଡି-୮୮୬୩ ଯୋଗେ କୌଣସି ଏକ କାମ ନେଇ କୋଟଗଡ଼ ଆସୁଥିଲେ। ଏହି ସମୟରେ ଲାସେରୀ ନିକଟରେ ଦୁଇ ବାଇକ ଭାରସାମ୍ୟ ହରାଇବାରୁ ମୁହାଁମୁହିଁ ଧକ୍କା ହୋଇ ଯାଇଥିଲା, ଘଟଣା ସ୍ଥଳରେ ହିଁ ଦୁଇଜଣ ବ୍ୟକ୍ତି ବଣ୍ଡପିପିଲି ର ସନ୍ତୋଷ ସାହୁ (୪୨), ନେତାଜୀ ସୁବାସ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ର +୩ କଳା ଦ୍ୱିତୀୟ ବର୍ଷ ର ଛାତ୍ର ଗେଟାବାଲି ନିବାସୀ ଅନଙ୍ଗ ପ୍ରଧାନୀ (୧୯) ଙ୍କ ମୃତ୍ୟୁ ଘଟି ଥିବା ବେଳେ ଅନ୍ୟ ଜଣେ କଲେଜ ଛାତ୍ର ଗୁରୁତର ଥିବା ଜଣାପଡିଛି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଂଚି ଗୁରତର କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋଟଗଡ ମେଡିକାଲ କୁ ନେଇପ୍ରାଥମିକ ଚିକିତ୍ସା କରି ଗୁରୁତର ଥିବାରୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ କୋଟଗଡ ପୋଲିସ ପ୍ରଶାସନ ଓ ଅଗ୍ନିଶମ ବାହିନୀ ଟିମ ପହଂଚି ଶବକୁ ଜବତ କରି ବ୍ୟବଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛନ୍ତି l

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ