ଦକ୍ଷତା ବିକାଶ ଓ ନିଯୁକ୍ତି ପରାମର୍ଶ ଶିବିର
କିର୍ମିରା୨୯।୧୧(ଫାଷ୍ଟ ନିଉଜ ଓଡ଼ିଶା)ରାଜ୍ୟ ଅନୁସୂଚିତ ଜାତି,ଜନଜାତି ଉନ୍ନୟନ ଅର୍ଥ ସମବାୟ ନିଗମ ବିଭାଗ ପକ୍ଷରୁ କିର୍ମିରା ବ୍ଳକ ସ୍ତରୀୟ ଅନୁସୂଚିତ ଜାତି ଯୁବକ,ଯୁବତୀ ମାନଙ୍କ ପାଇଁ ଦକ୍ଷତା ବିକାଶ ସହ ନିଯୁକ୍ତି ପରାମର୍ଶ ଶିବିର ଭାଲୁପତ୍ରା ଆଶ୍ରମ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଛି।ବ୍ଳକ ମଙ୍ଗଳ ସଂପ୍ରସାରଣ ଅଧିକାରିଣୀ ସଞ୍ଜିତା ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ବନ୍ଧପାଲି ସରପଞ୍ଚ ତପି ମରେଇ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଥିବା ଜନଜାତି ଯୁବକ,ଯୁବତୀ ମାନଙ୍କୁ ସରକାରଙ୍କ ବିଭାଗରେ ଥିବା ବିଭିନ୍ନ ଯୋଜନା ସହ ଧନ୍ଧାମୂଳକ ଶିକ୍ଷା ତାଲିମ ନେଇ ନିଜେ ଓ ପରିବାର ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଥିଲେ।ସ୍କୁଲ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସିଂହ,ଅବସର ଖେଳ ଶିକ୍ଷକ ଖଗେଶ୍ବର ପଟେଲ ଉପସ୍ଥିତ ଥିଲେ।ଶିବିରରେ ଗ୍ରାମ ତରଙ୍ଗ ନିଯୁକ୍ତି ତାଲିମ କେନ୍ଦ୍ର ପତ୍ରାପାଲି ଏବଂ ସହି ଏସ୍ସପୋରେଟ ସଂସ୍ଥା କୁଚିଣ୍ତା ର ଯଥା ପଦ୍ମିନୀ ପଟ୍ଟନାୟକ,ଅନିମା ସୋରେଙ୍ଗ,ଦିଲିପ ସୁନାନୀ ସଂସ୍ଥା ବିଷୟରେ ପରାମର୍ଶ ଦେଇଥିଲେ।ବିଭାଗର କର୍ମଚାରୀ ବ୍ରଜମୋହନ ବେହେରା ଧନ୍ୟବାଦ ଦେଇଥିଲେ।
କିର୍ମିରା ରୁ ଦେବାଶିଷ ସିଂ ଠାକୁରଙ୍କ ରିପୋର୍ଟ First News Odisha
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0