।। ଥୁଆମୂଳ ରାମପୁର ଥାନାରେ ଶାରଦୀୟ ଦୁର୍ଗା ପୂଜା ଅନୁଷ୍ଠିତ ।।
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନାରେ ତା ୧୨/୧୦/୨୦୨୪ ରିଖ ଶନିବାର ଦିନ ଶାରଦୀୟ ଦୁର୍ଗାପୂଜା ( ମାଁ ଭଣ୍ତାର ଘରଣୀ) ଙ୍କ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଧିମତେ ଥାନା ଅଧିକାରୀ ଓ ସହକର୍ମୀ ଙ୍କୁ ବରଣ କରାଯିବା ପରେ ବାଦ୍ଯଯନ୍ତ୍ର, ଘଣ୍ଟ ହୁଳହୁଳି ସହକାରେ ସ୍ଥାନୀୟ ପୋଖରୀରେ ପହଞ୍ଚି ପୋଖରୀକୂଳରେ ପୂଜାର୍ଚ୍ଚନା ପୂର୍ବକ କଳସୀରେ ଜଳ ଭର୍ତ୍ତି କରାଯାଇ ଥାନା ଅଭିମୁଖେ ପ୍ରତ୍ଯାବର୍ତ୍ତନ କରିଥିଲେ। ଥାନାରେ ପହଞ୍ଚିବା ପରେ ଜଳରେ ପାଦଧୌତ ହେବାପରେ ମାଁଙ୍କ ପୀଠକୁ ପାଖରେ କଳସ ସ୍ଥାପନ କରାଥାଇ ମାଁଙ୍କ ପୂଜାର୍ଚ୍ଚନା ଓ ହୋମ କାର୍ଯ୍ଯ ଆୟୋଜିତ ହୋଇଥିଲା। ଥାନା ଅଧିକାରୀ ଶ୍ରୀ କୈବଲ୍ଯ ସେଠ୍ କର୍ତ୍ତା ଭାବରେ ପୂଜାରେ ତାଙ୍କର କାର୍ଯ୍ଯ ତୁଲାଇ ଥିବାବେଳେ ପୂଜକ ଭାବେ ଶ୍ରୀ ଶରତ ଚନ୍ଦ୍ର ପୁରୋହିତ ଙ୍କ ଦ୍ବାର ପୂଜାର୍ଚ୍ଚନା ଓ ହୋମ କାର୍ଯ୍ଯ ଯଥା ରୀତିନୀତି ଅନୁସାରେ ସମାପନ ହୋଇଥିଲା ତେବେ ଉକ୍ତ ପୂଜା କାର୍ଯ୍ଯ କୁ ଏଏସଆଇ ବଳରାମ ଜାନୀ ଏଏସଆଇ, ଧୀରେନ୍ଦ୍ର ମିନିଏକା, ଏଏସଆଇ ରାଜକପୁର ବେହେରା, ଏସଆଇ ରଶ୍ମିରଞ୍ଜନ ବାଗ ସମେତ୍ ଅନ୍ଯାନ୍ଯ ପୁଲିସ କର୍ମଚାରୀ ଓ ଆଇଆରବି କର୍ମଚାରୀ ମାନେ ସହଯୋଗ କରିଥିଲେ। ତେବେ ମାଁଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଗାଁ ସ୍ଥାନୀୟ ପୁରୁଷ, ମହିଳା ଆବାଳବୃଦ୍ଧବନିତା ଓ ମାନସିକ ଧାରୀ ମାନେ ଉପସ୍ଥିତ ରହି ମାଁଙ୍କୁ ଦର୍ଶନ କରି ତାଙ୍କ ଠାରୁ ଶୁଭାର୍ଶୀବାଦ ଲାଭ କରିଥିଲେ। ମାଁଙ୍କ ଏହି ଯାତ୍ରାଟି ଶାନ୍ତିଶୃଙ୍ଖଳା ଭାବରେ ଶେଷ ହୋଇଯାଇଛି ।
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0