।। ଥୁଆ ମୂଲ ରାମପୁର ବ୍ଲକ ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ।।

Sep 18, 2024 - 06:54
 0  192
।। ଥୁଆ ମୂଲ ରାମପୁର ବ୍ଲକ ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ।।

ଗତ ସାଧାରଣ ନିର୍ବାଚନରେ ବିଜେପି ସରକାରଙ୍କ ପକ୍ଷରୁ ମହିଳା ମାନଙ୍କୁ ତାଙ୍କ ଦଳ କ୍ଷମତାକୁ ଆସିଲେ ୫୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସେହି ପ୍ରତିଶୃତିକୁ ପାଳନ କରିବା ସହିତ ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ଏବେ ଓଡ଼ିଶାରେ ବିଜେପି ସରକାର କାର୍ଯ୍ୟ ଆରମ୍ଭ କରିଛି। ଏହି ଯୋଜନା ସେପ୍ଟେମ୍ବର ୧୭ ତାରିଖ ଦିନ ରାଜ୍ୟ ସରକାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଳକ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଧୃବଚରଣ ମୁଦୁଲିଙ୍କ ଦ୍ଵାରା ସରକାରୀ ଭାବେ ଶୁଭ ଉଦଘାଟନ ହୋଇ ଯାଇଛି । ଏଥିରେ ବ୍ଳକର ୨୪ ଗୋଟି ପଞ୍ଚାୟତର ମହିଳା ହିତାଧିକାରୀ ମାନେ ବହୁସଂଖ୍ୟାରେ ଯୋଗଦାନ କରିଥିଲେ । ନିର୍ବାଚନ ପ୍ରତିଶୃତି ‌ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ତମ ଜନ୍ମ ଦିନ ଉପଲକ୍ଷେ ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ନିର୍ବାଚନୀ ଇସ୍ତାହାରରେ ସୁଭଦ୍ରା ଯୋଜନାରେ ବାର୍ଷିକ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲେଖାଁଏ ବର୍ଷକୁ ୧୦ ହଜାର ଓ ଏହିପରି ୫ ବର୍ଷରେ ୫୦ ହଜାର ଟଙ୍କା ଦେବାକୁ ସ୍ଥିର କରିଛନ୍ତି। ଚଳିତ ମାସର ୧୫ ତାରିଖ ପର୍ଯ୍ୟନ୍ତ ପଞ୍ଜିକୃତ ହେଇଥିବା ମହିଳା ମାନଙ୍କ ଖାତାକୁ ପରୀକ୍ଷା ମୂଳକ ଭାବେ ୧ ଟଙ୍କା ଦିଆଯାଇଛି। ବର୍ତ୍ତମାନ ପଞ୍ଜିକରଣ ହେଲେ ଯୋଗ୍ୟ ମହିଳାଙ୍କୁ ଦୁଇ କିସ୍ତିରେ ବର୍ଷକର ୧୦ ହଜାର ଟଙ୍କା ପାଇବେ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମୁଦୂଲି ବୁଝାଇ ଥିଲେ । ଏହି ଭର୍ଚୁଆଲ ସମାରୋହ ବ୍ଲକ ପରିସରରେ ଆୟୋଜନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ପ୍ରକାର ନାଚ ଗୀତ ପରିବେଷଣ କରାଯାଇଥିଲା। ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୟା ନିଧି ମାଝୀ, ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟନ ମୁଣ୍ଡଛିନା ,ତଥା ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ୨୫ ଲକ୍ଷରୁ ଉର୍ଦ୍ଧ ମହିଳାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଠାରେ ତାଙ୍କ ଜନ୍ମଦିନ ଅବସରରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନା କାର୍ଯ୍ୟକାରୀ ହେବାପରେ ସେମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା।

 ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ