ତ୍ରିରଙ୍ଗା କ୍ଲବ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ଶିକ୍ଷକ ସୋମନାଥ ସିଂହ

Jan 21, 2026 - 18:19
 0  54
ତ୍ରିରଙ୍ଗା କ୍ଲବ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ଶିକ୍ଷକ ସୋମନାଥ ସିଂହ

ବାରିପଦା - ତା :- ୨୧/୦୧/୨୦୨୬ ରିଖ ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ ତ୍ରିରଙ୍ଗା କ୍ଲବ ଆନୁକୂଲ୍ୟରେ ଆୟୋଜିତ ମକର ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଏହି ୱାର୍ଡରେ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ପୂର୍ବତନ ପ୍ରଧାନ ଶିକ୍ଷକ ସୋମନାଥ ସିଂହଙ୍କୁ ଅତିଥିଙ୍କ ହାତରେ ସମ୍ବର୍ଦ୍ଧିତ କରାଯାଇଛି I ଶ୍ରୀ ସିଂହଙ୍କ ଉଦ୍ୟମରେ ବିଦ୍ୟାଳୟଟି ଜିଲ୍ଲା ତଥା ରାଜ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ସହ ଏହାର ଛାତ୍ରଛାତ୍ରୀ ମାନେ ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ କୃତିତ୍ୱ ହାସଲ କରି ବିଦ୍ୟାଳୟ ତଥା ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି I ଜଣେ ଆଦର୍ଶ ଶିକ୍ଷକ ସହିତ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରି ଶ୍ରୀ ସିଂହ ବହୁବାର ଜିଲ୍ଲା ତଥା ରାଜ୍ୟ ସ୍ତରରେ ସମ୍ମାନିତ ହୋଇଛନ୍ତି I ପ୍ରକାଶ ଥାଉକି ୩୪ ବର୍ଷର ଶିକ୍ଷକତା ଭିତରେ ତାଙ୍କର ବହୁ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିବା ବେଳେ ଅନେକ ପାଠପଢା ଛାଡ଼ିଥିବା ଛାତ୍ରଛାତ୍ରୀ ମଧ୍ୟ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଛନ୍ତି I ତ୍ରିରଙ୍ଗା କ୍ଲବ ସହିତ ଯୋଡ଼ିହୋଇ ବୃକ୍ଷରୋପଣ ଓ ରକ୍ତଦାନ ଆଦି ମହାତ କାର୍ଯ୍ୟ କରିବା ସହ ମକର ମହୋତ୍ସବର ରୂପରେଖ ବଦଳେଇବା ସହ ଏହାର ପ୍ରଚାର ପ୍ରସାର ଦିଗରେ ତଥା ବିଦ୍ୟାଳୟର ଉନ୍ନତି ପାଇଁ ନେଇଥିବା ପଦକ୍ଷେପ ବେଶ ପ୍ରଶଂସନୀୟ ବୋଲି ସ୍ଥାନୀୟ କାଉନସିଲର ନିରୁପମା ମହାନ୍ତିଙ୍କ ସମେତ କ୍ଲବର ସଭାପତି ଆଲୋକ କୁମାର ମହାନ୍ତି, ଉପ ସଭାପତି ରବୀନ୍ଦ୍ର କୁମାର ମହାନ୍ତି ତଥା ସକ୍ରିୟ ସଦସ୍ୟ ସରୋଜ କୁମାର ମହାପାତ୍ର ( ଲିଟନ ) ଜଣାଇଛନ୍ତି I ଖବର ପାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ, ଶିକ୍ଷକ / ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି I ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ଦିନ ସେ ଚାକିରିରୁ ଅବସର ଗ୍ରହଣ କରିବାପରେ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବେ ବୋଲି ପ୍ରକାଶ କରିଛନ୍ତି I

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ