।। ତିନି ନାବାଳକ ଶିଶୁଙ୍କ ବୋଝ ବୃଦ୍ଧା ବିଧବା ସ୍ତ୍ରୀ ଉପରେ,ପ୍ରଶାସନ ନୀରବ ଦ୍ରଷ୍ଟା ।।

Jul 18, 2025 - 20:48
 0  27
।। ତିନି ନାବାଳକ ଶିଶୁଙ୍କ ବୋଝ ବୃଦ୍ଧା ବିଧବା ସ୍ତ୍ରୀ ଉପରେ,ପ୍ରଶାସନ ନୀରବ ଦ୍ରଷ୍ଟା ।।

କଳାହାଣ୍ଡି: ୧୮.୦୭.୨୦୨୫:(ବାବୁଲି ହରିଜନ_ଫାଷ୍ଟ ନ୍ୟୁଜ ଓଡ଼ିଶା)ଜେଜେ ମାଁ ଙ୍କ ଦୁଃଖ କହିଲେ ନସରେ , ଛଟ ପରିବାର ଉପରେ ସରକାର ଙ୍କ ଦୃଷ୍ଟି ପଡ଼ିବ କେବେ ,ମାଁ, ବାପା, ଜେଜେ ବାପା ଛେଉଣ୍ଡ ତିନି ନାବାଳକ ଶିଶୁଙ୍କ ବୋଝ ଏବେ ବୃଦ୍ଧା ବିଧବା ସ୍ତ୍ରୀ ଉପରେ ,ଏଭଳି ଦୁଃଖଭରା ନିରୀହ ପରିବାର ଦେଖିବାକୁ ମିଳିଛି ଜୟପାଟଣା ବ୍ଲକ ଅଧିନସ୍ତ ପାଇକକେନ୍ଦୁମୁଣ୍ଡି ଗ୍ରାମ ପଞ୍ଚାୟତ ର କୋଟପାଢ଼ୀ ଗ୍ରାମରେ । ନିଷ୍ଠୁର ନିୟତି ଦାଉ ସାଜିଛି ଏହି ତିନି କୋମଳ ଶିଶୁ ଓ ବୃଦ୍ଧାଙ୍କ ଉପରେ , କାହାକୁ କହିବେ କିଏ ଶୁଣିବ ତାଙ୍କ ଦୁଃଖ ।ତିନି ଶିଶୁଙ୍କ ବାପା ମାଁ ଛେଉଣ୍ଡ ହେଲେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରାସନ ପାଇବା ରୁ ବଞ୍ଚିତ ଅଛନ୍ତି ତିନି ଶିଶୁ ।କାହାକୁ କହିବେ କିଏ ଶୁଣିବ ତାଙ୍କ ଦୁଃଖ, ପରିବାର ପୋଷଣ କହିଲେ ଜଣେ ବୃଦ୍ଧା ଜେଜେ ମାଁ ଙ୍କ ପାଞ୍ଚ କିଲୋ ଚାଉଳ ସାହାରା ହୋଇଛି , ସ୍ବାମୀ ଚାଲିଯାଇ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ବିଧବା ଭତ୍ତା ରୁ ବଞ୍ଚିତ ବୃଦ୍ଧାଙ୍କ ଦେହରେ ବଳ ନାହିଁ ।କୋଉଠି ଯିବେ କେମିତି ମୂଳ ଲାଗିବେ ଓ ପରିବାରକୁ ଦିନ ରାତି ଖାଇବାକୁ ଦେବେ ବା ଲୁଗାପଟାର ବ୍ୟବସ୍ଥା କରିବେ ।ଏମିତି ଅନେକ ସମସ୍ୟା ତାଙ୍କ ମଧ୍ୟରେ ନିହିତ ରହିଛି ।ଆମର ଖବର ସଂଗ୍ରହ ବେଳକୁ ଏହି କରୁଣ କାହାଣୀ ଆମ ସମ୍ମୁଖକୁ ଆସିଥିଲା ।ଏହି ଦୃଶ୍ୟର ଦୁଃଖକୁ ନେଇ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସିଦ୍ଧାର୍ଥ ମୁଣ୍ଡଙ୍କ ପାଖରେ ଉପସ୍ଥାପନ କରିଛୁ ।ଏହି ପରିବାରକୁ ଖୁବଶୀଘ୍ର ପଦକ୍ଷେପ ନେବାକୁ ଜାରୀରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସିଦ୍ଧାର୍ଥ ମୁଣ୍ଡ । ଦେଖାଯାଉ ଆଗାମୀ ଦିନରେ ବୃଦ୍ଧା ଜେଜେ ମାଁ ଓ ନାବାଳକ ଶିଶୁମାନଙ୍କ ଉପରେ ସରକାର ତଥା ପ୍ରଶାସନିକ ଅଧିକାରୀଙ୍କ ସୁଦୃଷ୍ଟି କିଭଳି ପଡି ଅନାହାର ପରିବାରକୁ କେବେ ଆହାର ଯୋଗାଇ ଦେବେ ଦେଖିବାକୁ ବାକି ରହିଲା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ