।। ତରବୋଡ ଠାରେ ଧାନମଣ୍ଡି ଉଦଘାଟିତ ।।

May 25, 2024 - 04:52
 0  25
।। ତରବୋଡ ଠାରେ ଧାନମଣ୍ଡି ଉଦଘାଟିତ ।।

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ ଧାନ ମଣ୍ଡି ଠାରେ ତରବୋଡ ପ୍ରାଥମିକ କୃଷି ସମବାୟ ସମିତି ଦ୍ବାରା ଧାନମଣ୍ଡି ଉଦଘାଟିତ ହୋଇ ଯାଇଛି । ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭଉଦଘାଟନ କରିଥିଲେ । ଜିଲ୍ଲାରେ ପ୍ରଥମ କରି ତରବୋଡ ଠାରେ ମଣ୍ଡି ଆରମ୍ଭ କରାଯାଇଛି । ଆସନ୍ତା କାଲି ଠାରୁ ଜିଲ୍ଲାର ସବୁ ମଣ୍ଡି ଖୋଲା ଯିବ । ପ୍ରଥମ ଦିନରେ ୧୦ ଜଣ ଚାଷିଙ୍କ ୪ ଶହ କୁଇଂଟାଲ ୨୪ କିଲୋଗ୍ରାମ ଧାନ କ୍ରୟ କରା ଯାଇଛି । ଗୌର ତୁଳସି, ବୀର ବଜରଙ୍ଗବଲି ଓ ହରେକୃଷ୍ଣ ରାଇସ ମିଲ ଧାନ ଉଠାଣ କରିଛି । ଏହି ସମୟରେ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ ରାଉତ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଆର୍ଯ୍ୟ କୁମାର ମୃଦୁଳି, ଏଆରସିଏସ ଲଲିତ କୁମାର ବିଶ୍ବାଳ, ଏଆରସିଏସ କ୍ଷମା ମାଝି, ତରବୋଡ଼ ସରପଞ୍ଚ ଶ୍ୟାମସୁନ୍ଦର ପୃଷ୍ଟି, ମାନିଗୁଡା ସରପଞ୍ଚ ଯୋଗେନ୍ଦ୍ର ବାଗ, ପ୍ରାଥମିକ କୃଷକ ସମବାୟ ସମିତି ସଭାପତି ହାଡୁ ପ୍ରଧାନ, ପେକ୍ଟ କାର୍ଯ୍ୟ ନିର୍ବାହୀ ହେମ ସାଗର ସାହୁ, ରମେଶ ବନଛୋର, ରାକେଶ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ