।। ଡିପଥେରିଆ ରେ ୫ଶିଶୁ ମୃତ୍ୟ ପରେ ଚେତା ପସିଲା ପ୍ରଶାସନକୁ ମୁନୁଷପଦର ଗ୍ରାମରେ ଆରମ୍ଭ ହେଲା ଉନ୍ନତୀ ମୂଳକ କାମ ।।

Jun 22, 2024 - 18:11
 0  10
।। ଡିପଥେରିଆ ରେ ୫ଶିଶୁ ମୃତ୍ୟ ପରେ ଚେତା ପସିଲା ପ୍ରଶାସନକୁ ମୁନୁଷପଦର ଗ୍ରାମରେ ଆରମ୍ଭ ହେଲା  ଉନ୍ନତୀ ମୂଳକ କାମ ।।

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଡଙ୍ଗା ସିଲ୍ ଗ୍ରାମପଞ୍ଚାୟତର ମନୁଷ ପଦର ଗ୍ରାମର ଡିପ୍ ଥେରିଆ ରୋଗରେ ପିଡିତ ହୋଇ ୫ ଜଣ ଶିଶୁଙ୍କ ମୃତ୍ୟ ଘଟିଥିବା ବେଳେ ୭ଜଣ ଶିଶୁ ଚିକିତ୍ସିତ ହେଉଥିବା ଜଣାପଡିଛି। ଖବରରୁ ଜଣା ଯାଇଛି ଯେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବ୍ରହ୍ମପୁର ଏମକେସିଜି ରେ ଚିକିତ୍ସିତ ହେଉଥିବା ବେଳେ। ପ୍ରଥମରୁ ଏହି ଗ୍ରାମକୁ ମୈଳିକ ସୁବିଧା ସାତ ସପନ ହୋଇଯାଇଛି ।ଗାଁ କୁ ଯିବାକୁ ଅଛି ନା ରାସ୍ତା ନା ପିଇବାକୁ ଅଛି ପାଣି ନାହିଁ। ବିଦୁତ କଥା ନକହିବା ଭଲ ତାର ଟଣା ହେଇଛି ଟ୍ରାନସଫରମର ବି ଲାଗିଛି ହେଲେ ଗୋଟିଏ ସପ୍ତାହ ଜଳିଲା ପରେ ତିନି ବର୍ଷ ହେଲା ଜଳୁନି ଆଲୁଅ।ଶିକ୍ଷା ଓ ସ୍ବାସ୍ଥ୍ୟ କଥା ସାତ ସପନ।ଗାଁ କୁ ବାଇକ କୋଣ ପାଦରେ ଚାଲିକି ଯିବା ମଧ୍ୟ କଷ୍ଟକର।ପଞ୍ଚାୟତ ଅଫିସ କିମ୍ବା ଅନ୍ୟ କୈଣଷି ସାଧାରଣ ଜିନିଷ ପତ୍ର ଆଣିବା ପାଇଁ ଡଙ୍ଗାସିଲ ଗ୍ରାମକୁ ଯିବା ପାଇଁ ହେଲେ ୧୭କିମି ଯିବାକୁ ପଡୁଛି ।୭କିମି ପାହାଡିଆ ପାଦଚଲା ରାସ୍ତା ରେ ୪ଟା ନାଳ ଦେଇ ଗଲା ପରେ ପଡେ ଡି ମୁର୍କାର ଗ୍ରାମ ଏହି ଗ୍ରାମରୁ ଡଙ୍ଗାସିଲ ପଞ୍ଚାୟତ କୁ ଓଟରିକ୍ସାର ୩୦ ଟଙ୍କାଦେଇ ଯିବାକୁ ପଡୁଛି ।ହେଲେ ଏହି ଗାଁକୁରାସ୍ତା ନଥିବାରୁ ପ୍ରଥମେ ପ୍ରାଥମୀକ ପର୍ଯ୍ୟାୟରେ ଚିକିତ୍ସା ହୋଇ ନପାରିବାରୁ ଚାଲିଗଲା ୫ନିରିହଙ୍କ ଜୀବନ।୫ଜଣ ଶିଶୁଙ୍କ ମୃତ୍ୟୁ ପରେ ଗ୍ରାମରେ ପାଦ ପଡିଲା ନେତା ମନ୍ତ୍ରୀ ଓ ପ୍ରଷାସନ ଙ୍କ ପାଦ ।ଏବେ ଏହି ଗ୍ରାମକୁ ଯୁଦ୍ଧ କାଳୀନ ଭିତିରେ ଗାଁ ରେ ମରାମତି ହେଲା ନଳକୂପ ଏବଂ ଆରମ୍ଭ ହେଲା ଗାଁକୁ ଯିବାପାଇଁ ଏବେ ମାଟି ରାସ୍ତା ।ପରେ ଗାଁକୁ ଯିବାପାଇଁ ପୋଲ ଓ ପିଚୁ ରାସ୍ତା ହେବ।ଅନ୍ୟ ପକ୍ଷରେ ସେପଟ ଗାଁକୁ ବିଦୁତ କରଣ ପାଇଁ ଆରମ୍ଭ ହୋଇଛି କାମ।ଏହି ଗାଁରେ କେବେ ପହଞ୍ଚିବ ସମସ୍ତ ମୈଳିକ ସୁବିଧା ତାହା ଦେଖିବାକୁ ବାକି ରହିଲା।

ରାୟଗଡା ଜ଼ିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ