ଡ଼. ମହେନ୍ଦ୍ର କୁମାର ମିଶ୍ର ଭାରତର ନୂତନ ଶିକ୍ଷାନୀତି -2020 ର ପଞ୍ଚମ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ ବକ୍ତା ରୂପେ ନିମନ୍ତ୍ରିତ

Jul 30, 2025 - 22:06
 0  7
ଡ଼. ମହେନ୍ଦ୍ର କୁମାର ମିଶ୍ର ଭାରତର ନୂତନ ଶିକ୍ଷାନୀତି -2020 ର ପଞ୍ଚମ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ ବକ୍ତା ରୂପେ ନିମନ୍ତ୍ରିତ

ନୂଆପଡା : ଡ଼. ମହେନ୍ଦ୍ର କୁମାର ମିଶ୍ର ଭାରତର ନୂତନ ଶିକ୍ଷାନୀତି -2020 ର ପଞ୍ଚମ ବର୍ଷ ପ୍ରତି ଉପଲକ୍ଷେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ବିଶେଷ ବକ୍ତା ରୂପେ ନିମନ୍ତ୍ରିତ l 26-07-2025ରେ ଭରତ ମଣ୍ଡପମ ମଞ୍ଚରେ ଭାରତର ଶିକ୍ଷାମନ୍ତ୍ରୀ, ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ସମେତ ଦେଶର ଦଶଜଣ ଶିକ୍ଷାମନ୍ତ୍ରୀ, ଶିକ୍ଷା ସଚିବ ଓ ଅନେକ ଶିକ୍ଷାବିତ ଯୋଗଦେଇ ଆଗାମୀ ବର୍ଷରେ ଦେଶ କିପରି ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ବିଶ୍ୱ ବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କ ଜ୍ଞାନ କୌଶଳ ବୃଦ୍ଧି ସହିତ କର୍ମ କ୍ଷେତ୍ରରେ ସଫଳ ହେବେ ତାହା ଉପରେ ଆଲୋଚନା ହୋଇଥିଲା l ଡ଼. ମିଶ୍ର ଭାରତର ବହୁ ଭାଷିକ ଶିକ୍ଷା ଉପରେ ମାନ୍ତବ୍ୟ ଦେଇ କହିଲେ ପିଲାଙ୍କ ଭାଷାରୁ ପାଠ ପଢl ଆରମ୍ଭ କରି ସମୟ କ୍ରମେ ରାଜ୍ୟ ଭାଷା, ଦେଶର ଭାଷା ଓ ବିଦେଶୀ ଭାଷା ଶିଖେଇବା ଆବଶ୍ୟକ l ବିଷେତଃ ଦେଶର ଆଦିବାସୀ ପିଲାମାନେ ରାଜ୍ୟ ଭାଷା ବୁଝି ନ ଥିବାରୁ ସେମାଙ୍କୁ ସେମାନଙ୍କ ଭାଷା ଓ ସଂକୃତିର ଆଶ୍ରୟ ନେଇ ପାଠ୍ୟ ପୁସ୍ତକ ପ୍ରସ୍ତୁତି କରି ଶିକ୍ଷକଙ୍କୁ ତାଲିମ ଦେଇ ବହୁଭାଷୀ ଶିକ୍ଷା ପଢlଇବା ଆବଶ୍ୟକ l ଏହି ସଂଗୋଷ୍ଠୀ "ଭାରତୀୟ ଭାଷାରେ ଶିକ୍ଷାଦାନ" ପ୍ରସଙ୍ଗରେ ଆଲୋଚନା କଲାବେଳେ, ରାଷ୍ଟ୍ରୀୟ ଶିକ୍ଷାନୀତି 2020 ର ମୁଖ୍ୟ ବ୍ୟକ୍ତି ଯଥା ଅନିଲ ସ୍ୱହସ୍ତ ବୁଦ୍ଧେ, ପ୍ରଫେସର ଜଗଦୀପ କୁମାର, ଚମ୍ପୁପତି ଶାସ୍ତ୍ରୀ, ଡ଼. ଅନୁରାଧା ଶର୍ମା, ଡ଼. ଶୈଳେନ୍ଦ୍ର ମୋହନ ଓ ଡ଼. ମହେନ୍ଦ୍ର କୁମାର ମିଶ୍ର ନିଜ ନିଜ ମନ୍ତବ୍ୟ ରଖି ପିଲାଙ୍କ ଭାଷାରେ ସ୍କୁଲରେ ଶିକ୍ଷା ଦାନ ଦେବା ସମ୍ପର୍କରେ ନିଜ ନିଜର ମତ ରଖିଥିଲେ l ଡ଼. ମିଶ୍ର ଗତ 20 ବର୍ଷ ତଳେ ଓଡ଼ିଶାରେ ଆରମ୍ଭ କରିଥିବା ଆଦିବାସୀ ବହୁ ଭାଷିକ ଶିକ୍ଷା ଏବେ ସାରା ଭାରତରେ ଗୃହୀତ ତଥା ଆନ୍ତର୍ଜାତିକ କ୍ଷେତ୍ରରେ ଅଦ୍ଭୁଦ ପ୍ରଦର୍ଶନ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ