।। ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍: ଡ୍ରାଇଭର ସମେତ ୩ ମୃତ ।।

Jul 13, 2024 - 17:49
 0  9
।। ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍: ଡ୍ରାଇଭର ସମେତ ୩ ମୃତ ।।

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟି ଥାନା ଅନ୍ତର୍ଗତ ବୁଢ଼ିଖମାର ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକକୁ ତୀର୍ଥଯାତ୍ରୀ ବସ୍ ଧକ୍କା ହେବାରୁ ବସ୍ ଡ୍ରାଇଭର ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କ ମଧ୍ୟରେ ୨ ଜଣ ପୁରୁଷଥିବା ବେଳେ ଜଣେ ମହିଳା ଥିବା ଜଣାଯାଇଛି। ଖବର ଅନୁଯାୟୀ, ହାଇଦ୍ରାବାଦରୁ ତୀର୍ଥ ଯାତ୍ରୀଙ୍କୁ ନେଇ ବସ୍‌ଟି ଗୟା ଯାଉଥିଲା। ବୁଢ଼ିଖମାର ଛକ ନିକଟରେ ଏକ ଟ୍ରକ୍‌ ରାସ୍ତାକଡ଼ରେ ଠିଆ ହୋଇଥିଲା। ଆଜି ଭୋରରୁ ବସ୍‌ଟି ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସ୍‌ ଡ୍ରାଇଭର ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ପରେ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲିସ ଓ ସ୍ଥାନୀୟ ଲୋକେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

 ମୟୂରଭଞ୍ଜ ବାରିପଦା ରୁ ଗୌର ଦାସ ଗିରି ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ