।। ଟିଟିଲାଗଡ଼ ପୌରପରିଷଦ କଲ୍ୟାଣ ମଣ୍ଡପ ଠାରେ ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ ।।

Oct 2, 2024 - 15:53
 0  12
।। ଟିଟିଲାଗଡ଼ ପୌରପରିଷଦ କଲ୍ୟାଣ ମଣ୍ଡପ ଠାରେ ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ ।।

ଆଜି ହେଉଛି ଅକ୍ଟୋବର ୨ ତାରିଖ ଆଜିର ଦିନରେ ଭାରତ ମାତା ୨ ଜଣ ମହାପୁରୁଷ ଙ୍କୁ ବରଦାନ ରୂପେ ଭାରତୀୟ ଙ୍କୁ ଦେଇଥିଲା। ଯାହାଙ୍କ ଜନ୍ମଜୟନ୍ତୀ ଆଜି ସାରା ଭାରତର ପୁର ପଲ୍ଲୀରେ ଖୁବ ଧୁମଧାମରେ ପାଳନ କରାଯାଉଛି। ସେ ଆଉ କେହି ନାହାନ୍ତି ସେ ହେଉଛନ୍ତି ପୁଜ୍ୟ ମହାତ୍ମା ଗାନ୍ଧୀ ଏବଂ ଆଉଜଣେ ଲାଲ ବାହାଦୁର ଶାସ୍ତ୍ରୀ। ସେହିପରି ଟିଟିଲାଗଡ଼ ପୌରପରିଷଦ କଲ୍ୟାଣ ମଣ୍ଡପ ଠାରେ ମଧ୍ୟ ଆଜି ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି, ସର୍ବ ପ୍ରଥମେ ପୌର ପରିଷଦ ଅଫିସ ରୁ ଏକ ବିରାଟ ଶୋଭା ଯାତ୍ରା ବାହାରି , ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚି ଏବଂ ଏଥିରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଜେପି ବିଧାୟକ ନବିନ ଜୈନ ଏବଂ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ରୋହଣ କ୍ଷେତ୍ରୀ,ପୌରପରିଷଧ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷା ଯୋଗ ଦେଇଥିଲେ। ଅତିଥି ମାନେ ଗାନ୍ଧୀଜୀ ଏବଂ ଶାସ୍ତ୍ରୀ ଜୀ ଙ୍କ ଫଟୋଚିତ୍ର ପୂଜାର୍ଚ୍ଚନା କରି ଫୁଲ ମାଲ୍ୟା ଅର୍ପଣ କରି ସାରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ଟିଟିଲାଗଡ଼ ମୁନସିପାଲଟି ଅଞ୍ଚଳରେ ରେ ଥିବା ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ଉପଜିଲ୍ଲାପାଳ ଟିଟିଲାଗଡ଼ ସହରକୁ ସଫା ସୂତୁରା ରଖିବାପାଇଁ ସମସ୍ତଙ୍କୁ ଶପଥ କରାଇ ଟିଟିଲାଗଡ଼ ସହରକୁ ଏକ ଆଦର୍ଶ ସହରକରି ଗଢିତୋଳିବା ପାଇଁ କହିଥିଲେ। ବିଦ୍ୟାଲୟର ଛାତ୍ର ଛାତ୍ରୀ ମାନେ ଗାନ୍ଧିଜୀ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗାନ୍ଧୀଜୀ ଙ୍କ ଅଭିନୟ କରି ପ୍ରଶଂସା ର ପାତ୍ର ହୋଇଥିଲେ,

ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହିତ ଇନା ସାହୁ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ