।। ଟିଟିଲାଗଡ଼ ଗୋସେବା ସଦସ୍ୟ ମାନଙ୍କର ଆଉ ଏକ ପ୍ରଶଂସନୀୟ କାମ ।।

Mar 2, 2024 - 17:04
 0  28
।। ଟିଟିଲାଗଡ଼ ଗୋସେବା ସଦସ୍ୟ ମାନଙ୍କର ଆଉ ଏକ ପ୍ରଶଂସନୀୟ କାମ ।।

ତା : ୨/୩/୨୪, ଟିଟିଲାଗଡ଼ ର ହାଟପଦା ପଡା ରେ ଗୋସେବା ସଦସ୍ୟ ମାନଙ୍କର ଗୋଟେ ମହତ୍ୱପୂର୍ଣ କାମ ଦେଖିବାକୁ ମିଳିଥିଲା | ଗତ ଦୁଇଦିନ ତଳେ ଗୋଟେ ଗାଈ ପ୍ରସବ ଦେଇଥିଲା | କିନ୍ତୁ ପ୍ରସବ ପରେ ଗାଈ ର ଫୁଲ ନବାହାରିବାରୁ ସେ ଦୁଇ ଦିନ ହେଲା ଯନ୍ତ୍ରଣା ରେ ପଡ଼ି ତାର ପେଟ ଫୁଲିଯାଇଥିଲା | ଗୋସେବା ସମିତି ର ଜଣେ ସଦସ୍ୟ ମୋହନ ତାଣ୍ଡି ପ୍ରଥମେ ଏହି ଗୋମାତା ର ଯନ୍ତ୍ରଣା ଟା ଦେଖି ସେ ଗୋସେବା ସଦସ୍ୟ ବିକାଶ ଅଗ୍ରୱାଲ ଙ୍କୁ ଜଣେଇଥିଲେ | ତାଙ୍କୁ ଜଣାଇବାମାତ୍ରେ ସମସ୍ତ ଗୋସେବା ସଦସ୍ୟ ମାନଙ୍କୁ ବିକାଶ ଅଗ୍ରୱାଲ ଏକାଠି କରି ପ୍ରଥମେ ପଶୁ ଚିକିତ୍ସାଳୟ କୁ ଫୋନ କରିଥିଲେ | ପ୍ରାଣିଚିକିତ୍ସାଳୟ ରୁ ସାଙ୍ଗେ ସାଙ୍ଗେ ୨ ଜଣା ସଦସ୍ୟ ଆସି ଚିକିତ୍ସା କରି ଗାଈ ଟିକୁ ସୁସ୍ଥ କରିଦେଇଥିଲେ | ଏହି ସେବାରେ ଉତ୍ତମ ବାବା, ବିକାଶ ଅଗ୍ରୱାଲ, ମୋହନ ତାଣ୍ଡି, ଶିବୁନ ପଣ୍ଡା, ଆଦି ସଦସ୍ୟ ମାନେ ରହି ଚିକିତ୍ସା ରେ ସାହାଯ୍ୟ କରିଥିଲେ | ଚିକିତ୍ସା ସରିଲାପରେ ଗାଈ ଓ ତା ବାଛୁରୀ କୁ ନେଇ ଏକ ସୁରକ୍ଷିତ ସ୍ଥାନ ରେ ରଖି ତାର ଖାଦ୍ୟ ପେୟ ର ବ୍ୟବସ୍ଥା କରିଥିଲେ | ଏଠି ପ୍ରଶ୍ନ ଉଠୁଛି ଯେ ପ୍ରଶାସନ ଗାଈ ଗୋରୁ ମାନଙ୍କ ପାଇଁ କଣ ବ୍ୟବସ୍ଥା କରୁଛି,, ଏହା ଜନସାଧାରଣ ରେ ଚର୍ଚ୍ଚା ହେଉଛି | ଗୋସେବା ସଦସ୍ୟ ମାନେ ଏଥିପ୍ରତି ଟିକେ ଦୃଷ୍ଟି ଦେବାକୁ ପଶାସନ କୁ ଅନୁରୋଧ କରୁଛନ୍ତି |

 ଟିଟିଲାଗଡ଼ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର |

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ