।। ଟାଟା ମେଜିକି ଧକ୍କା ରେ, ମଟର ସାଇକେଲ ଆରୋହୀ ମୃତ ଜଣେ ଗୁରୁତର ।।

Jan 31, 2024 - 16:25
 0  6
।। ଟାଟା ମେଜିକି ଧକ୍କା ରେ, ମଟର ସାଇକେଲ ଆରୋହୀ ମୃତ ଜଣେ ଗୁରୁତର ।।

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ମାଇକଞ୍ଚ ପଞ୍ଚାୟତ ର କଞ୍ଚଗୁମା ଗ୍ରାମ ର ଦୁଇଜଣ ମଟର ସାଇକେଲ ଆରହିଙ୍କ ଏକ ଟାଟା ମେଜିକ ଜାନ ସହ ଦୁର୍ଘଟଣା ହେଇଥିବା ବେଳେ ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣଙ୍କ ଅବସ୍ଥା ଅତି ସଂକଟପନ୍ନ ଥିବା ଜଣାପଡିଛି। ଦୁଇଜଣ ବାଇକ ଆରହି ହେଲେ ଶବନ୍ତୁ ନାଏକ(୩୦) ଏବଂ ଶାନ୍ତି ନାଏକ(୨୨) ଉଭୟେ ରାୟଗଡାସ୍ଥିତ ନିଜ ସମ୍ପର୍କୀୟଙ୍କ ଘରୁ ଯାଇ ନିଜ ଗ୍ରାମ କଞ୍ଚଗୁମା ଫେରୁ ଥିବାବେଳେ ବାଟରେ ଶଙ୍କରଡ଼ା ନିକଟ ଗୋଟିଙ୍ଗଗୁଡା ପୋଲ ନିକଟରେ ଏକ ଟାଟା ମେଜିକ ଗାଡିଟି ଧକା ଦେଇ ଥିବା ତାଙ୍କର ଜଣେ ପରିଜନ ପ୍ରକଶ କରିଛନ୍ତି। ଉକ୍ତ ଘଟଣା ସ୍ଥଳରେ ବାଇକ ଚାଳକ ଶବନ୍ତୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଶାନ୍ତି ନାଏକଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସା ଳୟକୁ ନିଆ ଯାଇଥିଲା। ଶାନ୍ତି ନାଏକଙ୍କ ପରିସ୍ଥିତି ଅତି ଗୁରୁତର ଥିବା ହେତୁ କରାପୁଟ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଘଟଣା ସମ୍ପର୍କ ରେ ଖବର ପାଇ ରାୟଗଡାରେ ଥିବା ମୃତକଙ୍କ ପରିଜନ ତୁରନ୍ତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚିଥିଲେ। ଏହି ସମ୍ପର୍କରେ କେଉଁ ଟାଟା ମେଜିକ ଗାଡିଟି ଦୁର୍ଘଟଣା ଗ୍ରସ୍ତ କରିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଅଭିଯୋଗର ଆଧାରପ୍ରକାରେ ରାୟଗଡା ଓ ଟିକିରି ପୋଲିସ ଘଟଣାଟିକୁ ନିଜ ସଂଜ୍ଞାନରେ ନେଇଥିବା ଜଣାପଢ଼ିଛି।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ