।। ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ ହେଲେ ନୋଏଲ ଟାଟା: ୫ଜଣ ଦାବିଦାର ଭିତରେ ସବୁଠୁ ଆଗରେ ଥିଲେ ସ୍ୱର୍ଗତ ରତନ ଟାଟାଙ୍କ ସାବତ ଭାଇ ।।

Oct 12, 2024 - 20:36
 0  17
।। ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ ହେଲେ ନୋଏଲ ଟାଟା: ୫ଜଣ ଦାବିଦାର ଭିତରେ ସବୁଠୁ ଆଗରେ ଥିଲେ ସ୍ୱର୍ଗତ ରତନ ଟାଟାଙ୍କ ସାବତ ଭାଇ ।।

ରତନ ଟାଟାଙ୍କ ନିଧନ ପରେ ଏବେ ଟାଟା ଶିଳ୍ପ ସମୂହର ନୂଆ ମୁଖ୍ୟ ହୋଇଛନ୍ତି ନୋଏଲ ଟାଟା। ଶୁକ୍ରବାର ବସିଥିବା ବୈଠକରେ ତାଙ୍କୁ ରତନ ଟାଟାଙ୍କ ଉତ୍ତରାଧିକାରୀ ବଛାଯାଇଛି।

ଫାଷ୍ଟ ନ୍ୟୁଜ ବ୍ୟୁରୋ: ରତନ ଟାଟାଙ୍କ ନିଧନ ପରେ ଏବେ ଟାଟା ଶିଳ୍ପ ସମୂହର ନୂଆ ମୁଖ୍ୟ ହୋଇଛନ୍ତି ନୋଏଲ ଟାଟା। ଶୁକ୍ରବାର ବସିଥିବା ବୈଠକରେ ତାଙ୍କୁ ରତନ ଟାଟାଙ୍କ ଉତ୍ତରାଧିକାରୀ ବଛାଯାଇଛି। ଏଥି ସହିତ ନୋଏଲଙ୍କୁ ଟାଟା ଗ୍ରୁପର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଚାରିଟେବୁଲ୍ ଟ୍ରଷ୍ଟ ସାର୍ ରତନ ଟାଟା ଟ୍ରଷ୍ଟ ଏବଂ ସାର୍ ଦୋରାବଜୀ ଟାଟା ଟ୍ରଷ୍ଟର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ସେ ଏହି ସବୁ ଟ୍ରଷ୍ଟର ଟ୍ରଷ୍ଟି ଭାବେ କାର୍ଯ୍ୟ କରିଆସିଛନ୍ତି। ଟ୍ରଷ୍ଟ ପକ୍ଷରୁ ବସିଥିବା ବୈଠକରେ ପାର୍ସୀ ସମ୍ପ୍ରଦାୟରେ ଟାଟା ଉପନାମକ ଜଣେ ବ୍ୟକ୍ତିଙ୍କୁ ଉତ୍ତରାଧିକାରୀ ଭାବରେ ଚୟନ କରିବାକୁ ଏକ ସହମତି ହୋଇଥିଲା। ସମସ୍ତେ ନୋଏଲଙ୍କ ନାମରେ ମୋହର ମାରିଥିଲେ। ଜାଣନ୍ତୁ କିଏ ଏହି ନୋଏଲ ଟାଟା ।ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟା ସସେକ୍ସ ୟୁନିଭର୍ସିଟିରୁ ବ୍ୟାଚଲର ଡିଗ୍ରୀ ହାସଲ ଫ୍ରାନ୍ସର ଇନସିଡ୍ ବିଜନେସ ସ୍କୁଲରେ ଆଇଇପିରେ ଅଧ୍ୟୟନ ରଣନୈତିକ କୌଶଳ ଓ ଦୂରଦୃଷ୍ଟି ପାଇଁ ପରିଚିତ କମ୍ପାନୀର ସମ୍ପତ୍ତିକୁ ୫୦କୋଟି ଡଲାରରୁ ୩ଆରବ ଡଲାରକୁ କରିଛନ୍ତି ବୃଦ୍ଧି ।ଦୀର୍ଘବର୍ଷ ଧରି ଏହି ସମସ୍ତ ଶିଳ୍ପ ସମୂହର ଦାୟିତ୍ୱ ତୁଲାଇ ଆସୁଥିଲେ ଦିବଂଗତ ରତନ ଟାଟା। ବୁଧବାର ରତନ ଟାଟାଙ୍କ ବିୟୋଗ ପରେ କିଏ ଟାଟା ଗ୍ରୁପର ପରବର୍ତ୍ତୀ ଅଧ୍ୟକ୍ଷ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସମ୍ଭାବ୍ୟ ତାଲିକାରେ ନୋଏଲ ସର୍ବାଗ୍ରେ ରହିଥିବା ବେଳେ ଆଜି ତାଙ୍କୁ ଟ୍ରଷ୍ଟର ମୁଖ୍ୟ ଭାବେ ନିଯୁକ୍ତି ମିଳିଛି। ପୂର୍ବ ଅଭିଜ୍ଞତାକୁ ନେଇ ସେ ଟାଟା ଗ୍ରୁପକୁ ଆହୁରି ଆଗକୁ ନେବେ ବୋଲି ଟ୍ରଷ୍ଟ ତାଙ୍କ ଠାରୁ ଆଶା ରଖିଛି। ରତନ ଟାଟଙ୍କ ପରି ଦେଶ ବିଦେଶରେ ଟାଟାର ପରିଚୟକୁ ନୋଏଲ କେତେଦୂର ଆଗକୁ ନେଉଛନ୍ତି ଓ କେତେ ସଫଳ ହେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ