।। ଝୁଲନ୍ତା ଅବସ୍ଥା ରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର ।।

Jan 7, 2024 - 12:27
 0  746
।। ଝୁଲନ୍ତା ଅବସ୍ଥା ରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର ।।

ମୁନିଗୁଡ଼ା ନ୍ୟିୟୁଜ୍: ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ କନ୍ଧ ଗତିଗୁଡ ଗ୍ରାମ ନିକଟସ୍ଥ ଏକ ଗଛରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥା ରେ ଉଧାର କରିଛି ମୁନିଗୁଡ଼ା ପୋଲିସ। ମୃତକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଖରିଆର ଥାନା ଅନ୍ତର୍ଗତ ତୁକୁଲା ଗ୍ରାମର ଥବିରମାଝୀଙ୍କ, ପୁଅ କିରଣ ମାଝୀ, ବୋଲି ଜଣା ପଡିଛି। ସନିବାର ସକାଳୁ ସ୍ଥାନୀୟ ଲୋକମାନଙ୍କ ଦ୍ଵାରା ଖବର ପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଥିବା ସମୟରେ ଘଟଣାସ୍ଥଳ ନିକଟରେ ପଡ଼ିଥିବା ଗୋଟିଏ ବ୍ୟାଗ୍ ରୁ କିଛି ପ୍ରେସ କ୍ରିପସନ୍ ରୁ ଜଣାପଡିଛି ଯେ ଯୁବକ ଜଣକ ହେଉଛନ୍ତି କିରଣ ମାଝୀ,। ଏହି ତଥ୍ୟକୁ ଆଧାର କରି ପୋଲିସ ତାଙ୍କର ଘରେ ପରିବାର ଲୋକମାନଙ୍କୁ ଖବର ଦେଇଥିଲେ। ପରିବାର ଲୋକମାନଙ୍କ କହିବା ଅନୁଯାୟୀ।କିରଣ ଜଣେ ସାମାନ୍ୟ ମାନସିକ ରୋଗୀ ଥିଲେ।ସେ ତିରୁପତି ସହରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରୁଥିବା ସମୟରେ ୪ ତାରିଖ ଦିନରେ ସେ ଏକ ଟ୍ରେନ୍ ଯୋଗେ ମୁନିଗୁଡ଼ା ଆସିଥିବା ଜଣାପଡିଛି ହେଲେ ସେ କାହିଁକି ମୁନିଗୁଡ଼ା ଆସି ଥିଲେ ଏବଂ କାହିଁକି ସେ ଆତ୍ମହତ୍ୟା କଲା ତାହାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ମୃତଦେହକୁ ଉଦ୍ଧାର କରି ମୁନିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇ ଶବ ବ୍ୟବଚ୍ଛେଦ କରିବା ପରେ ମୃତ ପରିବାର ଲୋକମାନଙ୍କୁ ଶବ ହସ୍ତାନ୍ତର କରିଥିଲେ। ମୁନିଗୁଡ଼ା ଥାନା ଅଧିକାରୀ ସୌଦାମିନୀ ବେହେରା ନେତୃତ୍ବ ରେ, ଏ ଏସ୍ ଆଇ ,ଜୟ ଚନ୍ଦ୍ର ସାହୁ, ତଦନ୍ତ କରୁଥିବାବେଳେ, ସନ୍ତୋଷ ସବର, ପ୍ଲାଟୁନ କମାଣ୍ଡେଣ୍ଟ୍ ଟୁଲୁ ପାଢ଼ୀ ସହଯୋଗ କରିଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ