।। ଝିଟିକି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟଳୟରେ ବିଜ୍ଞାନମେଳା ଅନୁଷ୍ଠିତ ।।

Nov 7, 2024 - 20:47
 0  13
।। ଝିଟିକି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟଳୟରେ ବିଜ୍ଞାନମେଳା ଅନୁଷ୍ଠିତ ।।

ନୂଆପଡା : ଆଜି /11/24 ନୂଆପଡା ସଦର ବ୍ଲକ ଅନ୍ତର୍ଗତ ଝିଟିକି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟଳୟରେ ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ମସାକୁଣ୍ଡା ସିଆରସିସି ଶ୍ରୀ ମନୋଜ କୁମାର ବରିହା ମୁଖ୍ୟ ଅତିଥି, କାଦୋମେରୀ ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଭୁବନ ବେହେରା, ବିଶୋରା ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମୋହନ କୁମାର ଦୋରା, ଶରଧାପୁର ସରକାରୀ ଉପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ବଳରାମ ଚନ୍ଦ୍ରକାର, ଓ ଲୁକୁପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାବୁଲାଲ ନାୟକ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ବିଜ୍ଞାନ ମେଳାରେ ମୋଟ 21ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l 2ଟି ପ୍ରକଳ୍ପକୁ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ ପାଇଁ ଚୟନ କରାଯାଇଥିଲା l ବିଜ୍ଞାନ ଶିକ୍ଷକ ଶ୍ରୀ ରଞ୍ଜନ କୁମାର କୁଅଁର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ସହକାରୀ ଶିକ୍ଷକ ଶ୍ରୀ ଓଁମକାର ପାଣ୍ଡେ ଏବଂ ଶିକ୍ଷୟତ୍ରୀ ଶକୁନ୍ତଳା କୁର୍ରେ ଅତିଥି ଗଣକୁ ସ୍ୱାଗତ କରିଥିଲେ l ସହକାରୀ ଶିକ୍ଷକ ଶ୍ରୀ ଆନନ୍ଦ ପାତ୍ର ଅତିଥିଗଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ