।। ଜୋଙ୍କ ଆଇଆଇସିଙ୍କୁ ସ୍ଵତନ୍ତ୍ର ଅପରେସନ ମେଡାଲ ।।

Apr 5, 2024 - 12:07
 0  12
।। ଜୋଙ୍କ ଆଇଆଇସିଙ୍କୁ ସ୍ଵତନ୍ତ୍ର ଅପରେସନ ମେଡାଲ ।।

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଆଇଆଇସି ଗୁରୁଦେବ କର୍ମୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ପେଶାଲ ଅପରେସନ ମେଡାଲ ପ୍ରଦାନ କରାଯାଇଛି । ଗତ ୨୦୧୯ ବର୍ଷରେ ମାଓ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ମେଡାଲ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଭୁବନେଶ୍ବରସ୍ଥିତ ଓଏସଏପି ୬ ବ୍ୟାଟାଲିୟନଠାରେ ଆୟୋଜିତ ୮୯ତମ ରାଜ୍ୟ ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ତାଙ୍କୁ ଏହି ମେଡାଲ ମିଳିଛି l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ