ଜିଲ୍ଲାସ୍ତରୀୟ ୮ମ ପୋଷଣ ପକ୍ଷ ପାଳିତ

Apr 18, 2026 - 04:34
 0  3
ଜିଲ୍ଲାସ୍ତରୀୟ ୮ମ ପୋଷଣ ପକ୍ଷ ପାଳିତ

ମୟୂରଭଞ୍ଜ, (୧୭/୪): ଜିଲ୍ଲା ସମାଜ ମଙ୍ଗଳ ବିଭାଗ ମୟୂରଭଞ୍ଜ ଦ୍ୱାରା ଜିଲ୍ଲାସ୍ତରୀୟ ୮ମ ପୋଷଣ ପକ୍ଷ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୁଷମ ଖାଦ୍ୟର ସେବନ ତଥା ବାଡ଼ି ବଗିଚାରେ ମିଳୁଥିବା ପୋଷକଯୁକ୍ତ ପନିପରିବା ପ୍ରଭୁତିକୁ ଖାଦ୍ୟରେ ବ୍ୟବହାର ସାଙ୍ଗକୁ ଶିଶୁଙ୍କ ଖାଦ୍ୟପେୟରେ ଉପଯୁକ୍ତ ଖାଦ୍ୟ ଦେବାକୁ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା କିଶୋର କୁମାର ଆଚାର୍ଯ୍ୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତି, କୃଷି ବିଜ୍ଞାନ କେନ୍ଦ୍ର, ଶାମାଖୁଣ୍ଟାର ବରିଷ୍ଠ ବୈଜ୍ଞାନିକ ସଂଘମିତ୍ରା ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ପୋଷକତତ୍ତ୍ୱ ସମ୍ମିଳିତ ବିଭିନ୍ନ ଖାଦ୍ୟ ପଦାର୍ଥ, ସୁଷମ ଖାଦ୍ୟ ଓ ଶିଶୁର ମସ୍ତିଷ୍କ ବିକାଶ ସାମଗ୍ରୀର ଷ୍ଟଲ୍ ତଥା ସବୁଜ ପନିପରିବା ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ପସରାର ପ୍ରଦର୍ଶନୀ ଜିଲ୍ଲାର ୨୬ଟି ବ୍ଲକର ଶିଶୁଵିକାଶ ପ୍ରକଳ୍ପ ଅଧୀନରେ ଥିବା ଅଙ୍ଗନୱାଡି କର୍ମୀ, ସହକର୍ମୀ ତଥା ମା’ ମାନଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା । ଏହି ସମାରୋହରେ ଜିଲ୍ଲାର ସମସ୍ତ ସିଡିପିଓ, ମହିଳା ସୁପରଭାଇଜର, ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ