ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ-୨୦୨୫ ର ଶୁଭାରମ୍ଭ

Dec 1, 2025 - 16:33
 0  7
ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ-୨୦୨୫ ର ଶୁଭାରମ୍ଭ

ମାଲକାନଗିରି, ୩୦/୧୧/୨୫: ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ ଓ ତତ୍ତ୍ୱାବଧାନରେ ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କଳସ ଯାତ୍ରା ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ମାଲକାନଗିରି ବ୍ଳକ୍ ଅଧ୍ୟକ୍ଷା ଗୌରୀ ପଡିଆମୀ, ଚିତ୍ରକୋଣ୍ଡା ବ୍ଳକ୍ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ, କୋରୁକୁଣ୍ଡା ବ୍ଳକ୍ ଅଧ୍ୟକ୍ଷ ଜିତୁ ବୁରୁଡ଼ି, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପ୍ରଦୀପ ନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଉପସ୍ଥିତ ଥିଲେ। ଏହି ଅବସରରେ ମାଲ୍ୟବନ୍ତ ମହୋତ୍ସବ ପୋଷ୍ଟର ଉନ୍ମୋଚନ କରାଯାଇଛି । ଭୈରବ ମନ୍ଦିର ଠାରେ କଳସ ପୂଜନ ଓ କଳସ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଭୈରବ ମନ୍ଦିର ରୁ କଳସ ଶୋଭାଯାତ୍ରାରେ ନାଚଗୀତ ମାଧ୍ୟମରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ନିଆଯାଇଥିଲା । କଳସକୁ ପୂଜାର୍ଚ୍ଚନା କରି ଜଗନ୍ନାଥ ମନ୍ଦିରରେ କଳସ ଗୁଡ଼ିକୁ ରଖାଯାଇଛି। ସୂଚନା ଥାଉ କି ମାଲ୍ୟବନ୍ତ ମହୋତ୍ସବ ୧୪ ରୁ ୧୮ ଡିସେମ୍ୱର ପର୍ଯ୍ୟନ୍ତ ପାଳନ ହେବ। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ ଙ୍କ ସମେତ ବିଡିଓ, ତହସିଲଦାର, ଜନ ପ୍ରତିନିଧି ଓ ମହୋତ୍ସବ କମିଟିର ସଦସ୍ୟ ଉପସ୍ଥିତ ଥିଲେ। ଏହି ଶୋଭାଯାତ୍ରା ନିମନ୍ତେ ସ୍ଥାନୀୟ ସିଡିପିଓ ଶ୍ରୀମତୀ ରେଖା ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ର ମାଆ ମାନେ ପୂଜାର୍ଚ୍ଚନା ଓ ରଙ୍ଗୋଲି ଦାୟିତ୍ଵ ନିର୍ବାହ କରିଥିଲେ। ପୌର ପରିଷଦ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ନାୟକ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ପ୍ରସ୍ତୁତି ଓ ତଦାରଖ କରିଥିଲେ। ଏହି ଶୋଭାଯାତ୍ରା ରେ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା, କଲେଜ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନ ସାଧାରଣ ଭାଗ ନେଇଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ