।। ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପାଳିତ ।।

Nov 18, 2023 - 20:19
 0  97
।। ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପାଳିତ ।।

ରାୟଗଡ଼ ତା୧୮/୧୧/୨୦୨୩ ରିଖ ଶୁକ୍ରବାର ଜି.ସି. ଡି .ପଡ଼ିଆରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍‌ଘାଟିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ,ମାନ୍ୟବର ମନ୍ତ୍ରୀ ଆଦିବାସୀ ଓ ହରିଜନ ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ , ଆଇନ ,ଓଡ଼ିଶା ସରକାର ତଥା ମାନ୍ୟବର ବିଧାୟକ ବିଷମକଟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ। ରାଜ୍ୟ ସରକାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ ନିମନ୍ତେ ସବୁ ପ୍ରକାର ଯୋଜନା କରୁଛନ୍ତି ।

ଏହାଦ୍ଵାରା ଲୋକମାନଙ୍କର ଆୟ ଦ୍ୟୁଗୁଣିତ ହେବା ସଙ୍ଗେ ସଙ୍ଗେ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ସାରକା କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି ,ମାନ୍ୟବର ବିଧାୟକ ରାୟଗଡ଼ ମତ୍ସ୍ୟ ଓ ପ୍ରାଣୀ ପାଳନ କୁ ବ୍ୟବସାୟ ଭିତ୍ତି ରେ ଗ୍ରହଣ କରି ବେକାରୀ ସମସ୍ୟା କୁ ଦୂରୀଭୂତ କରାଯାଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୁଶ୍ରୀ ସରସ୍ଵତୀ ମାଝୀ ,ଅଧ୍ୟକ୍ଷା ଜିଲ୍ଲା ପରିଷଦ ରାୟଗଡ଼ ମତ୍ସ୍ୟ ଓ ପ୍ରାଣୀ ପାଳନ କରି ମହିଳା ମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ମତ ରଖିଥିଲେ। ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ରାମେଶ୍ବର ପ୍ରଧାନ , ଅତିରିକ୍ତ ଜିଲ୍ଲାପାଳ ରାୟଗଡ଼ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ର ମତ୍ସ୍ୟ,ଦୁଗ୍ଧ,ଅଣ୍ଡା ଓ ମାଂସ ଉତ୍ପାଦନ କ୍ଷେତ୍ର ରେ ସେମାନଙ୍କ ଭୂମିକା କୁ ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ଭାବେ ପଞ୍ଚାୟତ ସମିତି ରାୟଗଡ଼,କୋଲନରା,କାଶିପୁର ଓ ବିଷମ କଟକ ର ଅଧ୍ୟକ୍ଷ/ଅଧ୍ୟକ୍ଷା ମାନେ ଉପସ୍ଥିତ ଥିଲେ। ତତ୍ସହିତ ଜିଲ୍ଲା ପରିଷଦ ସଭ୍ୟ କ ଓ ଖ ଜୋନ ବିଷମ କଟକ ଯୋଗଦାନ କରିଥିଲେ । ଉକ୍ତ ସଭା ରେ ଡାକ୍ତର ହlଡ଼ିବନ୍ଧୁ ଭୋଇ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ,ରାୟଗଡ଼ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ରହିତ ,ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼ ସଭାପତିତ୍ଵ ବକ୍ତବ୍ୟ ରେ ମତ୍ସ୍ୟ ଓ ପ୍ରlଣୀସମ୍ପଦ ବିକାଶ ବିଭାଗ ର ତୃଣ ମୂଳ ସ୍ତର ର କର୍ମକର୍ତ୍ତା ଙ୍କର କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ। ଉକ୍ତ ମେଳା ରେ ବିଶେଷ ଆକର୍ଷଣ ସ୍ୱରୂପ ଜୀବନ୍ତ ମତ୍ସ୍ୟ ଓ ବିଭିନ୍ନ ପ୍ରାଣୀ ମାନଙ୍କ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ସରକାରଙ୍କର ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ୪୬ ଟି ଷ୍ଟଲ ର ପ୍ରଦର୍ଶନ କରାଯାଇଥିଲା । ଏହାସହିତ ୭୨ ତମ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ସପ୍ତାହ ପାଳନ ଅବସରରେ ଗୋ ପୂଜନ କାର୍ଯ୍ୟକ୍ରମ ଓ ଗୋ ବତ୍ସା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଉନ୍ନତ ଗୋ ପାଳନ ଚାଷୀ ହିସାବରେ ୨ ଜଣଙ୍କୁ ଓ ଉନ୍ନତ ବାଛୁରୀ ପାଳନ କରୁଥିବା ଚାଷୀ ମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାର ସଫଳ ଗୋପାଳକ ଚାଷୀ ହିସାବରେ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ମୁନୀଙ୍ଗା ,ବ୍ଲକ ବିଷମ କଟକ,ଛେଳି ଓ ମେଣ୍ଢା ପାଳନ କ୍ଷେତ୍ର ରେ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ପତି,ଗ୍ରାମ ଟିକିରି , ମତ୍ସ୍ୟ ପାଳନ ପାଇଁ ଶ୍ରୀମତୀ ଗୀତାଞ୍ଜଳି ସାହୁ, ପଦ୍ମପୁର ଓ ଝାନ୍ସି ରାଣୀ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ , ରlମନାଗୁଡ଼ା ଙ୍କୁ ମତ୍ସ୍ୟ ପାଳନ ପାଇଁ ସମ୍ମାନିତ କରାଯାଇଥିଲା ।

ଉକ୍ତ ସଭାରେ କୁମାରୀ ସମୀକ୍ଷା କୈବର୍ତ୍ତ ,ପଦ୍ମପୁର ବ୍ଲକ ଙ୍କୁ ମତ୍ସଜିବି ମେଧାବୀ ଛାତ୍ର/ଛାତ୍ରୀ ବୃତ୍ତି ପ୍ରଦାନ କରାଯାଇଥିଲା। ଆଠ ଜଣ ଉଦ୍ୟଗୀ ଙ୍କୁ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟଗ ଯୋଜନା ମାଧ୍ୟମ ରେ ଦୁଗ୍ଧ ଉଦ୍ୟୋଗ ପ୍ରତିଷ୍ଠା ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଗଲା । ଏଥିରେ ୮୧୦ ଜଣ ମତ୍ସ୍ୟ ଓ ପ୍ରାଣୀ ପାଳକ ଅଂଶ ଗ୍ରହଣ କରିଥିଲେ ଦ୍ଵିତୀୟ ଅଧିବେଶନ ରେ ଚାଷୀ ବିଶେଷଜ୍ଞ ଆଲୋଚନା ଚକ୍ର ଅନଷ୍ଠିତ ହୋଇଥିଲା।ଏଥିରେ ଡାକ୍ତର ରବି ନାରାୟଣ ପଣ୍ଡା ,ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ,କୋରାପୁଟ,ଡାକ୍ତର ଶିବ କୁମାର ମହାନ୍ତି ,ଯୁଗ୍ମ ନିର୍ଦ୍ଦେଶକ (ଯୋଜନା) ଓଡ଼ିଶା ସରକାର, ଡାକ୍ତର ଗିରିଶ କୁମାର ମହାନ୍ତି, ପ୍ରାଧ୍ୟାପକ ,ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟ,ଗଜପତି ,ଶ୍ରୀଯୁକ୍ତ ଅରୁଣ ବେହେରା, ଉପମତ୍ସ୍ୟ ନିର୍ଦ୍ଦେଶକ (ଭବାନୀପାଟଣା) ଓ ଶ୍ରୀଯୁକ୍ତ ପ୍ରିତମ ତ୍ରିପାଠୀ,ପ୍ରାଧ୍ୟାପକ, ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟ,ଗଜପତି ଚାଷୀ ମାନଙ୍କ ସହ ମତ ବିନିମୟ କରିଥିଲେ। ଶେଷରେ ସରକାରଙ୍କର ବିଭିନ୍ନ ଯୋଜନା କୁ ଲୋକାଭିମୁଖୀ କରିବା ପାଇଁ ଲୋକ କଳା ମାଧ୍ୟମରେ ଲୋକନୃତ୍ୟ ପ୍ରଦର୍ଶନ କରାଯାଇ ଥିଲା। ସର୍ବ ଶେଷରେ ଶ୍ରୀମତୀ ଚୁଳକାନ୍ତି ତାଜନ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ରାୟଗଡ଼ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ୧ ମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ