ଜିଲ୍ଲାସ୍ତରୀୟ ଦୁଇଦିନିଆ ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ଆଧାରିତ କାର୍ମଶାଳା

Sep 29, 2025 - 20:13
 0  30
ଜିଲ୍ଲାସ୍ତରୀୟ ଦୁଇଦିନିଆ ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ଆଧାରିତ କାର୍ମଶାଳା

ତାରିଖ-ତା :- ୨୯-୦୯-୨୦୨୫: ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜ ଆନୁକୂଲ୍ୟରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ କାର୍ମଶାଳା ଅଧ୍ୟକ୍ଷ ପ୍ରମୋଦ କୁମାର ଡାକୁଆଙ୍କର ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ମୟୂରଭଂଜ ବିନୋଦ ସିଂ, ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଅନାଦି ଚରଣ ବିନ୍ଧାଣୀ, ପ୍ରତିଷ୍ଠାନର ଆକଳନ ସେଲର ମୁଖ୍ୟ ଅଭିମନ୍ୟୁ ବେହେରା, ସମସ୍ତ ଶିକ୍ଷକ ପ୍ରଶିକ୍ଷକ/ପ୍ରଶିକ୍ଷକା ଯୋଗଦାନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ l ଏହା ୪ ଡିସେମ୍ବର ୨୦୨୪ରେ ଅନୁଷ୍ଠିତ ହୋଇଥିବା ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣରେ ତୃତୀୟ, ଷଷ୍ଠ, ନବମ ଶ୍ରେଣୀର ଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଷୟରେ ମୟୂରଭଞ୍ଜ ଜିଲ୍ଲାର ପ୍ରଦର୍ଶନ ତଥା ଶିକ୍ଷଣ ଫଳାଫଳକୁ ବିଶ୍ଳେଷଣ କରି ଆଲୋଚନା କରାଯାଇଥିଲା । ଏହି କର୍ମଶାଳାରେ ଆଗାମୀ ଦିନରେ ହେବାକୁ ଥିବା ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣରେ ଛାତ୍ରଛାତ୍ରୀମାନେ କିଭଳି ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ଜିଲ୍ଲାସ୍ତରୀୟ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା l ଏହି କର୍ମଶାଳାକୁ ସାଧନକର୍ମୀ ତଥା ଶିକ୍ଷକ ପ୍ରଶିକ୍ଷକ ଆଶିଷ କୁମାର ଦାସ ମହାପାତ୍ର, ସାଗର କୁମାର ଦଳନାଏକ, ହରପ୍ରିୟା ନାୟକ, ରୂପାଲି ରଚନା ପାତ୍ର ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ୨ ଜଣ ଲେଖାଏଁ ମୋଟ ୫୨ ଜଣ ଜିଲ୍ଲା ସାଧନ କର୍ମୀ ଯୋଗଦାନ କରିଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ