।। ଜିଲ୍ଲାପାଳଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀ ଦୁର୍ନୀତି ନିବାରଣ ସପ୍ତାହରେ ନେଲେ ସପଥ ପାଠ ।।

Oct 28, 2024 - 22:00
 0  20
।। ଜିଲ୍ଲାପାଳଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀ ଦୁର୍ନୀତି ନିବାରଣ ସପ୍ତାହରେ ନେଲେ ସପଥ ପାଠ ।।

ନୂଆପଡ଼ା : ଆଜି ଓଡିଶା ମୁଖ୍ୟମନ୍ତ୍ରୀ ଲୋକସେବା ଭବନ ରୁ ଆଭାସୀ ମାଧ୍ୟମରେ ଦୁର୍ନୀତି ନିବାରଣ ପାଇଁ କରିଥିବା ଶପଥ ପାଠ ସମାରୋହରେ ନୂଆପଡ଼ା ଜିଲ୍ଲାପାଳ ମଧୁସୁଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାଷ ଚନ୍ଦ୍ର ରଇତଙ୍କ ସହିତ ଅନ୍ୟ ଅଧିକାରୀ ମାନେ ଅଂଶ ଗ୍ରହଣ କରି ସାଧୁତାର ଶପଥ ପାଠ କରିଥିଲେ l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ଓ ସୁବାସ ଚନ୍ଦ୍ର ରଇତ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ସାଧୁତା ର ଶପଥ ପାଠ କରାଇଛନ୍ତି ଏଵଂ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରରେ ସିନାପାଲି ବ୍ଲକ୍ ଓସ୍ୱାନ ସଭାଗୃହରେ ସାଧୁତାର ଶପଥ ପାଠ କରାଇଛନ୍ତି l

ନୂଆପଡ଼ାରୁ ବିଶ୍ୱନାଥ ସାମଲ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ