ଜିଲ୍ଲାପାଳଙ୍କ ଦ୍ବାରା ସାମୁହିକ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

Aug 22, 2025 - 20:10
 0  7
ଜିଲ୍ଲାପାଳଙ୍କ ଦ୍ବାରା ସାମୁହିକ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଭାରୁଆମୁଣ୍ଡା ଗ୍ରାମ ପଂଚାୟତ ଠାରେ ପ୍ରଧାନମନ୍ତ୍ରୀ ଜନମନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଏକଦିନରେ ୧୦୦ ଗୋଟି ଗୃହର ଗୃହପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଭାରୁଆମୁଣ୍ଡା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ , ଉପ ଜିଲ୍ଲାପାଳ ସୁରମି ସୋରେନ , ଜିଲ୍ଲାପରିଷଦ ସଦସ୍ୟ ଭରତଲାଲ ରାଉତ , ପଞ୍ଚାୟତ ସମିତି ଅଧକ୍ଷ୍ୟା ତାରେଶ୍ଵରୀ ସାହୁ ,

ଉପାଧ୍ୟକ୍ଷ ଦିଲୀପ ନିର୍ମଳକର ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋହିତ ଭୋଇ , ସ୍ଥାନୀୟ ସରପଞ୍ଚ ଯମୁନା ସାହୁ , ସମିତିସଭ୍ୟ ତଥା ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ବିଭିନ୍ନ ଅଧିକାରୀ ଯୋଗ ଦେଇ ଥିଲେ। ଭାରୁଆମୁଣ୍ଡା ପଂଚାୟତରେ ମଞ୍ଜୁର ହୋଇଥିବା ୩୯୧ ଗୋଟି ଗୃହ ମଧ୍ୟରୁ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ୧୯ ଟି , ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନାରେ ୩୬୧ ଟି ଏବଂ ଏନଏସପିଜିୱାଇ ଯୋଜନାରେ ୧୧ ଗୋଟି, ଗୃହ ମିଳିଛି l ସେଥିରୁ ୩୫୫ ଜଣ ହିତାଧିକାରୀ ନିଜର ଗୃହ କାର୍ଯ୍ୟ ସମ୍ପୂର୍ଣ କରିଥିବାରୁ ସେମାନଙ୍କୁ ଜିଲ୍ଲାପାଳ ଅଭିନନ୍ଦନ ଜଣାଇ ଥିଲେ। ୪ ମାସ ଏବଂ ୬ ମାସ ମଧ୍ୟରେ ଗୃହ କାର୍ଯ୍ୟ ସମ୍ପୂର୍ଣ କରି ଥିବା ୫ ଜଣ ହିତାଧିକାରୀଙ୍କୁ ସଭାରେ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା । ସଭାରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଗ୍ରାମପଞ୍ଚାୟତ ଶୀଘ୍ର ଘୋଷଣା କରିବା ପାଇଁ ସଚେତନ ହୋଇ ପଦକ୍ଷେପ ନେବାକୁ ଜିଲ୍ଲାପାଳ ସମସ୍ତ ଗ୍ରାମବାସୀଙ୍କୁ ଉଦବୋଧନ ଦେଇଥିଲେ ।ଏହି ଅବସରେରେ ଏକ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଏହା ପରେ ଜିଲ୍ଲାପାଳ ସୀମାନ୍ତ ଅଞ୍ଚଳର କଟିଙ୍ଗପାଣି ଏବଂ ଭାରୁଆମୁଣ୍ଡା ଗ୍ରାମକୁ ଯାଇ ଆଦିବାସୀଙ୍କ ସହ ଗୃହପ୍ରବେଶ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

 ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ