ଜିଲ୍ଲାପାଳଙ୍କ କୋରାପୁଟ ବ୍ଲକ ଓ ସୁନାବେଡା ପୌରପରିଷଦର ବିଭିନ୍ନ ଅଞ୍ଚଳ ପରିଦର୍ଶନ

Sep 24, 2025 - 19:15
 0  20
ଜିଲ୍ଲାପାଳଙ୍କ କୋରାପୁଟ ବ୍ଲକ ଓ ସୁନାବେଡା ପୌରପରିଷଦର ବିଭିନ୍ନ ଅଞ୍ଚଳ ପରିଦର୍ଶନ

କୋରାପୁଟ,( ରଞ୍ଜିତ ନାୟକ ) ତା: ୨୪.୦୯.୨୦୨୫ ରିଖ: କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମଙ୍ଗଳବାର କୋରାପୁଟ ବ୍ଲକ ଓ ସୁନାବେଡା ପୌରପରିଷଦର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ! କୋରାପୁଟ ବ୍ଲକର ଘାଟିଗୁଡା ଠାରେ ଚାଲିଥିବା ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଲିମିକା ଠାରେ ମୃତ୍ତିକା ହସ୍ତଶିଳ୍ପ ( ଟେରାକୋଟା ), ଡୁମୁରିପୁଟ ସ୍ଥିତ ସୁଭଦ୍ରା ଶକ୍ତି କାଫେ, ପଦ୍ମପୁର ସ୍ଥିତ ଗ୍ରାମୀଣ ଶିଳ୍ପ ଉଦ୍ୟାନ ଏବଂ ଡୁମୁରିଗୁଡ଼ା ସ୍ଥିତ କଫି ଚାରା ପ୍ରସ୍ତୁତିକରଣ କେନ୍ଦ୍ର ପରିଦର୍ଶନ କରି ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସହ ଆଲୋଚନା କରିଥିଲେ !

ସେମାନେ କିପରି ଅଧିକ ଆତ୍ମନିର୍ଭରଶୀଳ ହୋଇପାରିବେ ସେ ସଂପର୍କରେ ପରାମର୍ଶ ଦେଇଥିଲେ ! କଫି ଚାରା ଉତ୍ପାଦନ କିପରି ବୃଦ୍ଧି ହେବ ସେ ସଂପର୍କରେ ଆଲୋଚନା କରିଛନ୍ତି ! ଯାହା ଅସୁବିଧା ରହିଛି ତାହା ପ୍ରଶାସନ ତରଫରୁ ଯଥାଶିଘ୍ର ସମାଧାନ କରାଯିବ ବୋଲି ସେ କହିଛନ୍ତି ! ପରେ ସୁନାବେଡ଼ା ପୌରପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନଗୁଡ଼ିକ ପରିଦର୍ଶନ କରି କାର‌୍ୟ୍ୟର ସମୀକ୍ଷା କରିଛନ୍ତି ! ଅଡିଟୋରିୟମ,ଡେଲିମାର୍କେଟ,ହାଟପଦା ଆଦି ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ! ଅଧୁରା ରହିଥିବା କାର୍ଯ୍ୟ ଗୁଡିକୁ ଯଥାଶିଘ୍ର ସମାପ୍ତ କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ! ଏହି ଗସ୍ତ ସମୟରେ ସୁନାବେଡା ପୌରପରିଷଦର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଆଇଏଏସ ପ୍ରୋବେସନର ସନ୍ତୋଷ କୁମାର ପାତ୍ର, ଅତିରିକ୍ତ ନିର୍ବାହୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ସମେତ ପୌର ପରିଷଦର ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ! ନବରଙ୍ଗପୁର ଓ କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ