ଜିଲ୍ଲା ସ୍ତରୀୟ ସମବାୟ ମହୋତ୍ସବ ଅନୁଷ୍ଠିତ

Nov 18, 2024 - 19:00
 0  9
ଜିଲ୍ଲା ସ୍ତରୀୟ ସମବାୟ ମହୋତ୍ସବ ଅନୁଷ୍ଠିତ

ବାରିପଦା: ୧୮.୧୧.୨୦୨୪// ୭୧ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ, ବାରିପଦା ସ୍ଥିତ ସହିଦ ସ୍ମୃତି ଭବନ ଠାରେ ସୋମବାର ଦିନ ଜିଲ୍ଲା ସ୍ତରୀୟ ସମବାୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ, ମାନ୍ୟବର ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଓଡ଼ିଶା ସରକାର ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ସୁବ୍ରମଣ୍ୟମ ମହାନ୍ତି ଓ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଡେପୁଟି ରେଜିଷ୍ଟ୍ରାର୍, ସମବାୟ ସମିତି ଶ୍ରୀ କୃଷ୍ଣ ଚନ୍ଦ୍ର ଦାସ ଜିଲ୍ଲାରେ ସମବାୟ ସମିତି ମାନଙ୍କ ଦ୍ୱାରା ହୋଇଥିବା ବିଭିନ୍ନ କାର୍ଯ୍ୟ ସମସ୍ତ ବିଷୟରେ ବିଷାଦ ବିବରଣୀ ପ୍ରଦାନ କରିଥିଲେ। ନିଜ ବକ୍ତବ୍ୟରେ, ମାନ୍ୟବର ମନ୍ତ୍ରୀ ଡଃ ମହାପାତ୍ର କହିଥିଲେଯେ, ବିକଶିତ ଓଡିଶା ଗଠନରେ ସମବାୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟରେ ବିକ୍ରିବଟା ପାଇଁ ସମସ୍ତ ନିୟନ୍ତ୍ରିତ ବଜାର କମିଟିରେ ଇ ମାର୍କେଟିଙ୍ଗର ବ୍ୟବସ୍ଥା, ବୟାନ, ମତ୍ସ୍ୟ, ଦୁଗ୍ଧ ଉତ୍ପାଦନ, ହସ୍ତଶିଳ୍ପ, ରେଶମ, ତାଳଗୁଡ କ୍ଷେତ୍ରରେ, ଉତ୍ପାଦନକାରି ମାନଙ୍କୁ ସମବାୟ ମାଧ୍ୟମରେ ସଙ୍ଗଠିତ କରାଯାଇ ବିପଣନ ବ୍ୟବସ୍ଥାର ସୁଦୃଢ଼ୀକରଣ କରାଯାଇଛି । ଏହା ସହିତ, ବିଭିନ୍ନ ସମବାୟ ସମିତିର ମୁଖ୍ୟ ମାନଙ୍କ ସହିତ ଆଗାମୀ ଯୋଜନ ମାନ ବିଷୟରେ ପୁଙ୍ଖାନୁପୁଙ୍ଖ ମତାମତ ଗ୍ରହଣ କରାଯାଇ ଆଗକୁ କିଭଳି ଉନ୍ନତ ମାନର କାର୍ଯ୍ୟ ଜିଲ୍ଲାରେ ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ମୟୂରଭଞ୍ଜ, ବାରିପଦାରୁ ଗୌର ଦାସ ଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ