ଜିଲ୍ଲା ସ୍ତରୀୟ ମ୍ୟାଲେରିଆ ମାସ ପାଳନ ନିମନ୍ତେ ସଚେତନତା ବୈଠକ
ଅଦ୍ୟ ତା 10.06.2026 ରିଖ ଦିନ ଜିଲ୍ଲା ସ୍ତରୀୟ ମ୍ୟାଲେରିଆ ମାସ ପାଳନ ନିମନ୍ତେ ସଚେତନତା ବୈଠକ ଜିଲ୍ଲା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସେ ମେଡିକାଲ ଅଫିସର ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ ମାନଙ୍କୁ ଯଥାଶୀଘ୍ର ସମସ୍ତ ଜ୍ଵର ରୋଗୀଙ୍କୁ ମ୍ୟାଲେରିଆ ରକ୍ତ ପରୀକ୍ଷା କରିବା ସହ ସମ୍ପୂର୍ଣ୍ଣ ଚିକିତ୍ସା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶୋଇଲା ବେଳେ ମଶାରୀ ବ୍ୟବହାର କରିବା ଏବଂ ଘରକୁ ଘର ବୁଲି ଲୋକଙ୍କୁ ସଚେତନତା କରିବା ପାଇଁ କହିଥିଲେ ।ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ଧନୁର୍ଯ୍ୟୟ ମହାନ୍ତ ସରକାର ପ୍ରତ୍ୟେକ ପଞ୍ଚାୟତରେ ମ୍ୟାଲେରିଆ ରକ୍ତ ପରୀକ୍ଷା କରିବା, ଆୟୁସମାନ କାର୍ଡ ବଣ୍ଟନ, ରକ୍ତହୀନତା ପରୀକ୍ଷା ଓ ଅଣ ସଂକ୍ରମକ ରୋଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହା ସହିତ ସମସ୍ତ ମେଡିକାଲ ଅଫିସରମାନଙ୍କୁ ଆଦେଶ ଦେଇଥିଲେ ଯେ ,ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ କର୍ମୀ ଓ ଆଶାକର୍ମୀ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି ପ୍ରତ୍ୟେକ ଦିନ ସନ୍ଧ୍ୟା ବେଳେ ମଶାରୀ ବ୍ୟବହାର ଉପରେ ଗୁରୁତ୍ବର ସହିତ ବୁଝାଇବା ସହ ମଶାରୀ ବ୍ୟବହାର କରୁଛନ୍ତି କି ନାହିଁ ତଦାରଖ କରିବେ ଏବଂ ମୋବାଇଲ ହେଲଥ ଟିମ ମ୍ୟାଲେରିଆ ପ୍ରବଣ ଗାଁ ରେ ମାସ ସର୍ଭେ ଓ ଜ୍ଵର ସର୍ଭେ କରି ମ୍ୟାଲେରିଆ ରୋଗ ଚିହ୍ନଟ ହେଲେ ସମ୍ପୂର୍ଣ୍ଣ ଚିକିତ୍ସା କରିବାକୁ କହିଥିଲେ । ଜିଲ୍ଲା ଭେକ୍ଟୋର ବାହିତ ରୋଗ ପରାମର୍ଶଦାତା ଶ୍ରୀ ତପନ କୁମାର ସାହୁ ମ୍ୟାଲେରିଆ ମାସ ପାଳନର କାର୍ଯ୍ୟ ଉପରେ ବିସ୍ତୃତ ବିବରଣୀ ଦେବା ସହ ମ୍ୟାଲେରିଆ ରୋଗ କିପରି ନିୟନ୍ତ୍ରଣ ହୋଇପାରିବ ତା ଉପରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ (ଭି ବି ଡି)ଡା ବିଜୟ କୁମାର ଦାସ ମୟୂରଭଞ୍ଜ ଜିଲ୍ଲାରେ ସମସ୍ତେ ମିଳିମିଶି କାମ କରି ମ୍ୟାଲେରିଆ ରୋଗକୁ ନିୟନ୍ତ୍ରଣ କରିବାକୁ ଗୁରୁତ୍ବ ଆରୋପ କରିଥିଲେ । ଏହି ବୈଠକରେ ଅଧିକ୍ଷକ ପଣ୍ଡିତ ରଘୁନାଥ ମୁର୍ମୁ କଲେଜ ଡା ରିତାଞ୍ଜଳୀ ବେହେରା ଅଧି ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ସୁବାସ ନାୟକ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକ୍ଷକ ଡା ଶଶିକାନ୍ତ ସେଠି, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ (କୁଷ୍ଠ ରୋଗ) ଡା ଶାନ୍ତନୁ ଦାସ ,ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ (ପରିବାର ମଙ୍ଗଳ) ଡା ସୁନନ୍ଦା ମିଶ୍ର ,ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ପରିଚାଳକ ଅନୀଲ କୁମାର ମହାନ୍ତି, ଜିଲ୍ଲ୍ଲା ଅର୍ଥ ଓ ଉପକରଣ ସହଯୋଗୀ ଗୋପବନ୍ଧୁ ଗିରି ,ବଳରାମ ବେହେରା ଓ ଅନ୍ୟ ବିଭାଗର ଅଧିକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ ଓ ମଙ୍ଗଳ ଅଧିକାରୀ, ସମସ୍ତ ମେଡିକାଲ ଅଫିସର , ସି ଡି ପି ଓ ପ୍ରମୁଖ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0