।। ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ ।।

Oct 29, 2024 - 14:00
 0  99
।। ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ ।।

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୨୯.୧୦.୨୦୨୪: ରିଖ ନବରଙ୍ଗପୁର ଜିଲ୍ଲାର ସଦର ମହକୁମା ଠାରେ ଆଜି ମଙ୍ଗଳବାର ଦିନ ରାଜ୍ଯ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ ହୋଇଯାଇଛି ! ଏହି ଅବସରରେ ସକାଳ ଆଠ ଘଣ୍ଟା ସମୟରେ ଏକ ଗଣଦୌଡ ସ୍ଥାନୀୟ ପୌରପାଳିକା କାର୍ଯାଳୟ ନିକଟରୁ ପୁରୁଣା ମଣ୍ଡେଇ ପଡିଆ ଏବଂ ପୁରୁଣା ମଣ୍ଡେଇ ପଡିଆ ଠାରୁ ମିଶନ ଶକ୍ତି ସଭା ଗୃହ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ! ଏହାକୁ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଙ୍କ ଦ୍ଵାରା ଏବଂ ଜିଲ୍ଲାପାଳ ନବରଙ୍ଗପୁର ଡଃ ଶୁଭଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ଵର ନାୟକ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଏବଂ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦରବାନ,ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ପୌରପରିଷଦ ଅଧ୍ୟକ୍ଷ ଶ୍ରୀ କୁନୁ ନାୟକ ଙ୍କ ଉପସ୍ଥିତିରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ! ସଭାଯାତ୍ରା ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ରେ ପହଞ୍ଚିଲା ପରେ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜନ କରି ବିପର୍ଯ୍ୟୟ ଦିବସର ତାତ୍ପର୍ଯ୍ୟ ସଂପର୍କରେ ଉପସ୍ଥିତ ଥିବା ସମସ୍ତ ମଞ୍ଚାସୀନ ଅତିଥି ବୃନ୍ଦ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରି ୧୯୯୯ ମସିହା ମହାବାତ୍ୟାରେ ପ୍ରାଣ ହରାଇ ଥିବା ସମସ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ! ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଦିନ ରାଜ୍ୟରେ ଘଟିଥିବା ମହାବାତ୍ୟା କୁ ମନେ ପକାଇବା ସହ ସମ୍ଭାବ୍ୟ ବନ୍ୟା ବାତ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଜାଗ ରହି ତାର ସଫଳ ମୁକାବିଲା କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ! ଜିଲ୍ଲା ବିପର୍ଯ୍ୟୟ ସମୟରେ ନିଜକୁ ରକ୍ଷା କରିବା ସହ ଅନ୍ୟକୁ ରକ୍ଷା କରିବାର ଆବଶ୍ୟକ ସଂପର୍କରେ ବୁଝାଇଥିଲେ ! ମହାବାତ୍ୟା ପରେ ଓଡିଶା ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶେଷ କରି ଧନ ଜୀବନ ସୁରକ୍ଷା ରେ ଅଦ୍ଭୁତ ପୂର୍ବ ସଫଳତା ପାଇ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିବା ସମ୍ପର୍କରେ ଆଲୋଚନା ହୋଇଥିଲା ! ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧରେ କେବଳ ପ୍ରଶାସନ ନୂହେଁ ସମସ୍ତ ଜନ ପ୍ରତିନିଧି ସ୍ଵେଚ୍ଛାସେବୀ ଏବଂ ଗଣମାଧ୍ୟମର ପ୍ରତିନିଧିଙ୍କ ର ପ୍ରମୁଖ ଭୂମିକା ରହିଥିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ! କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସ୍ଵଚ୍ଛ ସାଥି,ସ୍ଵୟଂ ସହାୟକ ଗୋଷ୍ଠୀ, ସ୍ଵେଚ୍ଛାସେବୀ,ଅଙ୍ଗନବାଡି,ଏନ. ସି ସି, ଜୁନିୟର ରେଡକ୍ରସ,ଏନ ଏସ ଏସ ସଂଗଠନ ଙ୍କ ସହିତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ରାଧେ ଶ୍ୟାମ ଲାଇକ, ଜିଲ୍ଲା ଲୋକସମ୍ପର୍କ ଓ ସୂଚନା ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଅଶ୍ୱିନ କୁମାର ମାଝୀ, ନିର୍ବାହୀ ଅଧିକାରୀ ପୌରପାଳିକା ନବରଙ୍ଗପୁର ସମରେଶ ମହାନ୍ତି, ଓଡିଶା ରାଜସ୍ଵ ଅମଲା ସଂଘ ର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ନବରଙ୍ଗପୁର ମହାବିଦ୍ୟାଳୟର ଏବଂ ମହିଳା ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ! ଏହି ଅବସରରେ ବିପର୍ଯ୍ୟୟ ପ୍ରଶମନ ସମ୍ବନ୍ଧରେ ପୂର୍ବରୁ ହୋଇଥିବା ବକ୍ତୃତା ପ୍ରତିଯୋଗୀତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଗୌରୀ ଶଙ୍କର ମାଝୀ ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ! ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଜରୁରୀ କାଳୀନ ବିଭାଗ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ଏବଂ ଜିଲ୍ଲା ଶିକ୍ଷା କ୍ରୀଡା ଅଧିକାରୀ ପ୍ରଭାତ କୁମାର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ