ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୫-୨୬ ପାଇଁ ପ୍ରସ୍ତୁତି ବୈଠକ
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୩.୦୧.୨୦୨୬ ରିଖ : ସ୍ଥାନୀୟ ଓସୱାନ ଭିସି ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ନିଯୁକ୍ତି ମେଳା ୨୦୨୫-୨୬ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ! ବୈଠକରେ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି ଅଧିକାରୀ ଆନନ୍ଦ ଚନ୍ଦ୍ର ପଳେଇ ନିଯୁକ୍ତି ମେଳା ବିଷୟରେ ସୂଚନା ଦେଇଥିଲେ ! ନିଯୁକ୍ତି ମେଳାରେ ୧୫ ରୁ ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ଏବଂ ୩୦ ରୁ ଅଧିକ ନିଯୁକ୍ତିଦାତା ଅଂଶଗ୍ରହଣ କରିବେ ! ବୈଠକରେ ନିଷ୍ପତ୍ତି କ୍ରମେ ଆସନ୍ତା ୦୪.୦୨.୨୦୨୬ ରିଖ: ଦିନ ସ୍ଥାନୀୟ ରାଜା ଚୈତନ୍ୟଦେବ ହାଇସ୍କୁଲ ଖେଳପଡ଼ିଆରେ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବ ! ଏଥିରେ ୧୦୦୦ ରୁ ଅଧିକ ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି ! ଦୂର ଦୂରାନ୍ତ ର ଆଶାୟୀ ଯୁବକ ଯୁବତୀ ମାନଙ୍କ ପାଇଁ ଯାନ ର ବ୍ୟବସ୍ଥା କରିବାକୁ ଆର୍ ଟି ଓ ଙ୍କୁ ଦାୟିତ୍ୱ ଦିଆଗଲା ! ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର କରିବାକୁ ବ୍ଲକ ଉନ୍ନୟନ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଡିଗ୍ରୀ କଲେଜର ଅଧ୍ୟକ୍ଷ ଏବଂ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ! ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଶୀଘ୍ର ପ୍ରଚାର ପ୍ରସାର ସାମଗ୍ରୀ ଯୋଗାଇବାକୁ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ! ବୈଠକରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ( ରାଜସ୍ୱ ) ବିଶ୍ୱଜିତ୍ ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ,ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନ ପ୍ରମୁଖ ଉପସ୍ଥିତ ଥିଲେ ! ଜିଲ୍ଲା ସ୍ତରୀୟ ଅଧିକାରୀ ଭର୍ଚୁଆଲ ମାଧ୍ୟମରେ ବୈଠକ ରେ ଯୋଗ ଦେଇଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0