ଜିଲ୍ଲା ସ୍ତରୀୟ ଆଦି କର୍ମଯୋଗୀ ତାଲିମ୍ କାର୍ଯକ୍ରମ ଉଦଯାପିତ

ମାଲକାନଗିରି, ୬/୯/୨୫: ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ତିନି ଦିନିଆ ଆଦି କର୍ମଯୋଗୀ ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉକ୍ତ ତାଲିମ୍ ରେ ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ପଞ୍ଚାୟତିରାଜ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଗୁଡ଼ିକର ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ୍ ଦିଆଯାଇଛି। ଏହି ତାଲିମ ରେ ତାଲିମାର୍ଥି ଙ୍କୁ ବିଭିନ୍ନ କୌଶଳ ମାଧ୍ୟମରେ ଦଳଗତ ଆଲୋଚନା, ଉପସ୍ଥାପନା ଓ ବିଭିନ୍ନ ଖେଳ ମାଧ୍ୟମରେ ଅତି ସୁନ୍ଦର ଭାବରେ ତାଲିମ ଦେଇଥିଲେ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ନିମନ୍ତେ ସେବା, ସମର୍ପଣ ଓ ସଂକଳ୍ପ ରଖି ଶେଷ ମାଇଲ ଖୁଣ୍ଟ ପର୍ଯ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ପ୍ରଶାସନ ହିସାବରେ କାର୍ଯ୍ୟ କରିବା ଓ ଗ୍ରାମର ସର୍ବାଙ୍ଗୀନ ଉନ୍ନତି କରିବା ନିମନ୍ତେ ଶପଥ ନେଇଥିଲେ। ଆଦି କର୍ମଯୋଗୀ ତାଲିମ ରେ ସରକାରୀ ଅଧିକାରୀଙ୍କୁ ଗୋଷ୍ଠୀ ର ଜନସାଧାରଣଙ୍କ ଜ୍ଞାନ, କୌଶଳ, ମନୋବୃତି ବୃଦ୍ଧି କରାଯାଇ ତୃଣମୂଳ ସ୍ତରରେ ସଫଳ ରୂପାୟନ କରିବା ବିଷୟରେ ବୁଝା ଯାଇଥିଲା। ଉକ୍ତ ତାଲିମ ରେ ତାଲିମ ଦାତା ହିସାବରେ ବିଡ଼ିଓ ମାଥିଲି, ବିଡ଼ିଓ ମାଲକାନଗିରି, ବିଡ଼ିଓ କାଲିମେଳା, ପ୍ରକଳ୍ପ ଅଧିକାରୀ ମହିଳା ଓ ଶିଶୁ ବିକାଶ, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ଡେପୁଟି ରେଞ୍ଜର, ଜିଲ୍ଲା ମହାମାରୀ ବିଶେଷଜ୍ଞ, ପ୍ରୋଗ୍ରାମ ମ୍ୟାନେଜର ପିରମଲ ଫାଉଣ୍ଡେସନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି ତାଲିମ ର ମତାମତ ତଳିମର୍ଥି ଙ୍କୁ ପଚାରିବାରୁ ସେମାନେ ପୂର୍ବରୁ ଏଭଳି ଗ୍ରାମ୍ୟ ଯୋଜନା ପ୍ରସ୍ତୁତି ସମ୍ବନ୍ଧୀୟ ତାଲିମ ପୂର୍ବରୁ କେବେ ପାଇ ନଥିବା ମତାମତ ଦେଇଥିଲେ ଓ ତାଲିମ୍ କୁ ଅତି ଆନନ୍ଦ ରେ ଗ୍ରହଣ କରିଥିଲେ। ଉକ୍ତ ତାଲିମ ରେ ପ୍ରକଳ୍ପ ପରିଚାଳକ ଆଇଟିଡିଏ ମାଲକାନଗିରି ବିଶ୍ଵନାଥ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।
What's Your Reaction?






