।। ଜିଲ୍ଲା ଦଳିତ ଖ୍ରୀଷ୍ଟିୟାନ୍ ସମାଜ ପକ୍ଷରୁ ମୌଳିକ ଅଧିକାରକୁ ନେଇ ମହା ସମାବେଶ ।।

Mar 7, 2024 - 19:22
 0  468
।। ଜିଲ୍ଲା ଦଳିତ ଖ୍ରୀଷ୍ଟିୟାନ୍ ସମାଜ ପକ୍ଷରୁ ମୌଳିକ ଅଧିକାରକୁ ନେଇ ମହା ସମାବେଶ ।।

କୋରାପୁଟ ଜିଲ୍ଲାର ୧୪ଗୋଟି ବ୍ଳକର ସମସ୍ତ ଦଳିତ ଖ୍ରୀଷ୍ଟିୟାନ୍ ସମାଜ ଯୋଗଦେଇ ଥିଲେ ଏହି କାର୍ଯ୍ୟକ୍ରମରେ ସହ ସହ ଲୋକଙ୍କ ପକ୍ଷରୁ ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ରହିଥିବା ନେଇ ଆଜିକୁ ଦୀର୍ଘ ବର୍ଷ ହେବ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ମନମୁଖୀ ଶାସନ ବିରୁଦ୍ଧରେ ଆଜି ନିଶାଣି ମୁଣ୍ଡା ଠାରେ ଏକ ମହା ସମାବେଶ କରି ରାଲିରେ ବାହାର ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କ ଯୋରିୟାରେ ଦାବି ପତ୍ର ପ୍ରଦାନ କରିଥିଲେ ଏହି ଦାବିପତ୍ରରେ ଉପଲକ୍ଷେ ରହିଥିଲା ନିଜ ଜମି ପଟାରୁ ଖ୍ରୀଷ୍ଟିୟାନ ଶବ୍ଦ ହଟାଇ ଦେବା ନିମନ୍ତେ ଦାବି ରହିଥିବା ବେଳେ ଆଉ ଦଳିତ ଖ୍ରୀଷ୍ଟିୟାନ୍ ଙ୍କର ସଂରକ୍ଷଣ କରିବାର ଦାବି ଓ ଧର୍ମ ପରିବର୍ତନରେ ଜାତି ପରିବର୍ତ୍ତନ ହୁଏ ନାହିଁ ବୋଲି ମଧ୍ୟ ଉଲ୍ଲେଖ ରହିଛି,ଜାତି ଓ ଧର୍ମ ଭିନ୍ନ ଅଟେ ଓ ଖ୍ରୀଷ୍ଟିୟାନ ଏକ ବିଶ୍ୱାସ ଅଟେ ଜାତି ନୁହେଁ ଓ ଜେଉଁ ମାନଙ୍କର ଜମି ପଟାରେ ଜାତି ଖ୍ରୀଷ୍ଟିୟାନ ନାମରେ ନାମିତ କରାଯାଇଛି ତାହାକୁ ପ୍ରତେହାର କରାବା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଓ ଗବରନ ଙ୍କୁ ଦାବି ପତ୍ର ଉପସ୍ଥାପନ କରାଯାଇଛି।ରାଜ୍ୟ ସରକାର ଆଜିକୁ ଦୀର୍ଘ ୨୫ବର୍ଷ ହେବ ଓଡିଶା ଦଳିତ ଖ୍ରୀଷ୍ଟିୟାନ୍ ସମାଜ ଉପରେ ଦୃଷ୍ଟି ଦେହୁ ନାହାନ୍ତି ଏହା ଏକ ଦୁଃଖର ବିଷୟ ବୋଲି ଆଜି ୧୪ଗୋଟି ବ୍ଳକର ବରିଷ୍ଠ ଖ୍ରୀଷ୍ଟ ପ୍ରେମୀ ବରିଷ୍ଠ ପାଳକ ସମାଜ ଜିଲ୍ଲା ସଭାପତିଙ୍କ ସହ ସମାଜର ପଦ ପଦତି ରହିଥିବା ପାଷ୍ଟର ଗଣ ଉପସ୍ଥିତ ରହି ବିଭିନ୍ନ ଦାବୀ ଉପସ୍ଥାପନ କରିଥିଲେ ଏହା କେତେଦୂର ସଫଳ ହେବ ତାହାକୁ ନେଇ ଅପେକ୍ଷା ଗାଁ ସ୍ତରରୁ ଜିଲ୍ଲା ସ୍ତର ରହିଥିବା ଖ୍ରୀଷ୍ଟିୟାନ ପରିବାର ।

କୋରାପୁଟ ରୁ ରୂପ ଖୋରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ