ଜାମପାଣି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

Feb 14, 2025 - 18:34
 0  10
ଜାମପାଣି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ନୂଆପଡ଼ା : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜାମପାନି ଠାରେ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବାଗ ଙ୍କ ସଭାପତିତ୍ବ ରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଚୈତ୍ ରାମ ନାଏକ ସହଗୋଷ୍ଠୀ ଶିକ୍ଷା ଅଧିକାରୀ,ନୂଆପଡ଼ା, ସମ୍ମାନିତ ଅତିଥି ଭାବରେ ପ୍ରଶାନ୍ତ ନାଥ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଚିଚିରିପାନି , ଶରତ ପଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅଁଲାଯୁବା ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଛନ୍ଦା ଚରଣ ପ୍ରଧାନ ,କୁଲିଆବନ୍ଧା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରା, ଗ୍ରାମର ଆଲୁମିନି ସଭାପତି ଭୋଜରାଜ ନାଏକ, ଜାମପାଣି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭୁଞ୍ଜରାଜ ହଂସ,ରଞ୍ଜିତ ପ୍ରଧାନ , ପ୍ରମୁଖ ଯୋଗ ଦେଇଥିଲେ। ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଓ ନିୟମିତ ରକ୍ତଦାତା ଶିକ୍ଷକ ଶ୍ରୀ କିଶୋର କୁମାର ପରିଡ଼ା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି ଶୈଖିକ ସହଶୈଖିକ ପ୍ରତିଭାର ବିକାଶ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ,ପିତାମାତା ଓ ଅଭିଭାବକ ମାନଙ୍କର ମିଳିତ ପ୍ରାୟାସର ଆବଶ୍ୟକତା ଉପରେ ବାର୍ତ୍ତା ରଖିଥିଲେ।ଏହି ଅବସରରେ ବାଳକ ବାଳିକା ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥି ମାନେ ପୁରସ୍କୃତ କରି ଆଗାମୀ ଦିନରେ କଠିନ ପରିଶ୍ରମ ଓ ନିରନ୍ତର ଅଭ୍ୟାସ ମାଧ୍ୟମ ରେ ଆଗକୁ ବଢ଼ିବାକୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ପ୍ରତ୍ୟେକ ଶ୍ରେଣୀରେ ପ୍ରଥମ ସମାପ୍ତି ସୂଚକ ଆକଳନ ରେ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବୃତ୍ତି ପରୀକ୍ଷାରେ କୃତିତ୍ବ ହାସଲ କରୁଥିବା ଛାତ୍ରୀ ଅର୍ଚ୍ଚିତା ନାଏକ ଓ ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରୀ ଭାବରେ ହେମଲତା ମାଝୀଙ୍କୁ ପୁରସ୍କୃତ କରାଯାଇଥିଲା ।ଏହି କାର୍ଯକ୍ରମ ରେ ସହକାରୀ ଶିକ୍ଷକ ଦେଓ ଲାଲ ଦଣ୍ଡସେନା ମଞ୍ଚ ପରିଚାଳନା କରିଥିଲେ । ବାର୍ଷିକ ମହୋତ୍ସବ ର ସଫଳ ଆୟୋଜନ ରେ ବିଦ୍ୟାଳୟ ର ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମାଝୀ,ଆଶା ରାମ ମାଝୀ , ଜି ତିରୁପତି ରାଓ ,ମିନାକ୍ଷୀ ଭୁଏ ,ଜାନକୀ ଲାଲ ଜଗତ ଏବଂ ଗ୍ରାମର ସ୍ବେଚ୍ଛାସେବୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ବିଦ୍ୟାଳୟର ଶିକ୍ଷକ ଜନକି ଲାଲ ଜଗତ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମଟିକୁ ସାଙ୍ଗ ଘୋଷଣା କରିଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ