ଜାତୀୟ ରାଜପଥ ବିଭାଗର ଅବହେଳା ପାଇଁ ଚାଲିଗଲା ମୂଲ୍ୟବାନ ଜୀବନ

Sep 24, 2024 - 15:57
 0  13
ଜାତୀୟ ରାଜପଥ ବିଭାଗର ଅବହେଳା ପାଇଁ ଚାଲିଗଲା ମୂଲ୍ୟବାନ ଜୀବନ

କୋରାପୁଟ ଠାରୁ ୧୫ କିଲୋମିଟର ଦୂର ରାୟଗଡ଼ା ସଂଯୋଗ କରୁଥିବା ୩୨୬ ନଂ ଜାତୀୟ ରାଜପଥରେ ସୋମବାର ରାତି ଦଶଟାରେ ବଙ୍ଗଳାଗୁଡ଼ା ବ୍ରିଜ ତଳକୁ ଖସି ପଡ଼ି ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି।ଉକ୍ତ ବ୍ରିଜ କଡ଼ରେ ଏକ ଅସ୍ଥାୟୀ ବ୍ରିଜ ଥିବା ବେଳେ ବାଇକ୍ ଚାଳକ ଅନ୍ଧାରରେ ଜାଣି ନପାରି ସିଧା ବ୍ରିଜ ଆଡ ରାସ୍ତାରେ ଚାଲି ଯାଇଥିଲେ।ହେଲେ ଉକ୍ତ ବ୍ରିଜ ଭାଙ୍ଗି ପଡିଥିବାରୁ ସିଏ ନିଜ ବାଇକ୍ ସହ ପ୍ରାୟ ୩୦ ଫୁଟ ତଳେ ଜାଇ ପଡ଼ିଥିଲେ।ଶବ୍ଦ ଶୁଣି ପାଖରେ ଥିବା ବଙ୍ଗଳାଗୁଡ଼ା ଗ୍ରାମ ର କିଛି ଯୁବକ ଘଟଣାସ୍ଥଳରେ ପହଂଚି ତାଙ୍କୁ ଉଦ୍ଧାର କରି କୋରାପୁଟ ଜିଲ୍ଲା ମେଡିକାଲ କଲେଜରେ ଭର୍ତି କରାଇଥିଲେ।ସେଠାରେ ତାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିବା ଜଣା ପଡ଼ିଛି।ମୃତକଙ୍କ ଘର ଜୟପୁର ବୋଲି ଜଣା ପଡ଼ିଛି।ପ୍ରକାଶ ଥାଉକି ବା ବଙ୍ଗଳାଗୁଡ଼ା ବ୍ରିଜ ଭାଙ୍ଗି ପଡ଼ି ଦୁଇ ବର୍ଷରୁ ଅଧିକ ଦିନ ହେବନି ଏଯାଏଁ ଜାତୀୟ ରାଜପଥ ବିଭାଗ ଦୃଷ୍ଟି ଦେଲାନି।ଉକ୍ତ ବ୍ରିଜ କଡ଼ରେ ଏକ ଅସ୍ଥାୟୀ ବ୍ରିଜ ନିର୍ମାଣ କରିଦେଇ ନିଜ ଦାୟିତ୍ଵରେ ଓହରି ଯାଇଛି।ବର୍ଷ ହେଲେ ଉକ୍ତ ଅସ୍ଥାୟୀ ବ୍ରିଜ ଉପର ଦେଇ ନଦୀ ପାଣି ଅତିବାହିତ ହେଇଥିବାରୁ ରାସ୍ତାର ଦୁଇ ପାର୍ଶ୍ଵରେ ଶତାଧିକ ସଂଖ୍ୟାରେ ଜନବହଂପଣି ଛାଡ଼ିବା ଯାଏଁ ଅପେକ୍ଷା କରି ରୁହନ୍ତି।ଆଜି ଜାତୀୟ ରାଜପଥ ବିଭାଗର ଅବହେଳା ପାଇଁ ନିରୀହ କିଣନ୍ତି ଚାଲି ଗଲା।ଆଗକୁ ଏଇ ଭଳି ଘଟଣା ଘଟିବା ପୂର୍ବରୁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ତୁରନ୍ତ ବ୍ରିଜ ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି।

ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ