ଜାତୀୟ ବହୁଭାଷୀ ନାଟକ ମହୋତ୍ସବ ଉଦଘାଟିତ ମଞ୍ଚସ୍ଥ ହେଲା ବାରିପଦାର ନାଟକ ନିସ୍ତବ୍ଧ ସାହାନାଇ

Nov 23, 2025 - 18:56
 0  5
ଜାତୀୟ ବହୁଭାଷୀ ନାଟକ ମହୋତ୍ସବ ଉଦଘାଟିତ ମଞ୍ଚସ୍ଥ ହେଲା ବାରିପଦାର ନାଟକ ନିସ୍ତବ୍ଧ ସାହାନାଇ

ବାରିପଦା ତା 23/11(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ସ୍ଥାନୀୟ ସ୍ମୃତି ଭବନରେ ରୂପାନ୍ତର ଅନୁଷ୍ଠାନ ଆନୁକୂଲ୍ୟରେ ୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି. ସଂସ୍ଥାର ଅଧ୍ୟକ୍ଷ ବୀରେନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା ଯୋଗଦେଇ ନାଟକ ସମାଜ ସୁଧାର ପାଇଁ ପ୍ରମୁଖ ମାଧ୍ୟମ ବୋଲି କହିଥିଲେ. ମହୋତ୍ସବର ଅଧ୍ୟକ୍ଷ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସଂସ୍ଥାର ନିର୍ଦ୍ଦେଶକ ପରେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ. ପ୍ରଥମ ସନ୍ଧ୍ୟାରେ ବାରିପଦାର ଅଗ୍ରଣୀ ନାଟ୍ୟସଂସ୍ଥା ରୂପାନ୍ତର ପ୍ରଯୋଜିତ ଓଡ଼ିଆ ନାଟକ ନିସ୍ତବ୍ଧ ସାହାନାଇ ମଞ୍ଚସ୍ଥ ହୋଇଯାଇଛି. ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ରଚିତ ତଥା ପରେଶ ସାହୁଙ୍କ ନିର୍ଦ୍ଦେଶିତ ନାଟକରେ ଅନୁପ ସାହା, ସତ୍ୟନାରାୟଣ ଦାସ, ସପନ ପଣ୍ଡା, ମଦନ ଜେନା, ରବୀନ୍ଦ୍ର ବେହେରା, ଦିନେଶ ସାହୁ, ନାରାୟଣ ମଣ୍ଡଳ, ଆଲୋକ ଦାସ, ପ୍ରଦୀପ ଚୌଧୁରୀ ଓ ପଦ୍ମିନୀ ପାଢ଼ୀ ଅଭିନୟ କରିଥିବା ବେଳେ ଆଲୋକରେ କଟକର କୁମାର ଲାଇଟ, ସଂଗୀତରେ ଗୁରୁ ନନ୍ଦ କିଶୋର ଦାସ, ଗୀତ ରଚନାରେ ରାଜଶ୍ରୀ ସାହୁ, ଶବ୍ଦ ସଂଯୋଜନାରେ ଶୁଭେନ୍ଦୁ ସାହୁ, ମଞ୍ଚ ପରିକଳ୍ପନାରେ ଅପୂର୍ବା ସାହୁ, ମଞ୍ଚସଜ୍ଜାରେ ସୁମନ୍ତ ଆର୍ଟ ଓ ସହ ନିର୍ଦ୍ଦେଶନାରେ ସତ୍ୟନାରାୟଣ ଦାସ ସହଯୋଗ କରିଥିଲେ. ପ୍ରଥମ ସନ୍ଧ୍ୟାରେ ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ରାମଚନ୍ଦ୍ର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ