ଜାତୀୟ ନାଟ୍ୟ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

Jul 14, 2025 - 18:30
 0  15

ବାରିପଦା :-ତା-୧୩/୦୭/୨୦୨୫ ରିଖ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାଟ୍ୟ ସଂସ୍ଥା " ଆମେ ବାରିପଦା " ଆନୁକୂଲ୍ୟରେ ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ଆଗାମୀ ସେପ୍ଟେମ୍ବର ମାସ ୬ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ମୟୁରଭଞ୍ଜ ଇତିହାସରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ ନାଟ୍ୟ ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ କୈଳାଶ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମହୋତ୍ସବର ଉପସଭାପତି ବରିଷ୍ଠ ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲ, ନାଟ୍ୟ ଓ ଚଳଚ୍ଚିତ୍ର ଅଭିନେତା, ଲେଖକ, ନିର୍ଦ୍ଦେଶକ ତଥା ନାଟ୍ୟ ମହୋତ୍ସବର ଆବାହକ ଓ ସାଧାରଣ ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ, ବିଶିଷ୍ଟ କ୍ରୀଡ଼ାବିତ ଇ. ପ୍ରଦୀପ କିଶୋର ମହାନ୍ତି, ସମାଜସେବୀକା ତଥା ବିଶିଷ୍ଟ ଆଇନଜୀବୀ ସୁଜାତା ମିଶ୍ର ଏବଂ ବରିଷ୍ଠ ସମାଜସେବୀ ଇ. ପୀତବାସ ସେଠି ପ୍ରମୁଖ ଯୋଗଦେଇ ମହୋତ୍ସବର ସଫଳତା ପାଇଁ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ I

ଏହି ଐତିହାସିକ ୯ ଦିନିଆ ଜାତୀୟ ନାଟ୍ୟ ମହୋତ୍ସବରେ ଆମ ରାଜ୍ୟ ତଥା ଦେଶର ଅନ୍ୟ ରାଜ୍ୟ ମାନଙ୍କରୁ ପ୍ରତିଷ୍ଠିତ ନାଟ୍ୟ ସଂସ୍ଥା ମାନେ ଅଂଶ ଗ୍ରହଣ କରିବା ସହ ଜାତୀୟ ସ୍ତରର ନାଟ୍ୟ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହେବ I ଏହି ଅବସରରେ ଏକ ଚିତାକର୍ଷକ ସ୍ମରଣିକା " ନାଟ୍ୟ ସଙ୍ଗମ " ପ୍ରକାଶ କରାଯିବାର ଯୋଜନା ରହିଛି ବୋଲି ଶ୍ରୀ ଦାସ ପଟ୍ଟନାୟକ ପ୍ରକାଶ କରିଥିଲେ I ଏଥିସହିତ ମୟୁରଭଞ୍ଜ ମାଟିର ଦିବଂଗତ ସୁନାମଧନ୍ୟ କଳାକାର ତଥା ବର୍ତ୍ତମାନର ପରିଚିତ କଳାକାରଙ୍କୁ ମଧ୍ୟ ପ୍ରତ୍ୟେକ ସନ୍ଧ୍ୟାରେ ସମ୍ମାନିତ କରାଯିବାର ସ୍ଥିରୀକୃତ ହେଲା I ପ୍ରାଧ୍ୟାପକ ଶ୍ରୀନିବାସ ଭଞ୍ଜ, ପୂର୍ବତନ ଅଧକ୍ଷ୍ୟା ଡ଼ ଝରଣା ବେହେରା, ବରିଷ୍ଠ ଛଉନୃତ୍ୟ ବିଶେଷଜ୍ଞ ସୁଧୀର କୁମାର ନାୟକ, ବରିଷ୍ଠ ଆଇନଜୀବି କ୍ଷେତ୍ରମୋହନ ପଣ୍ଡା, ଇ. ସର୍ବେଶ୍ୱର ଭୂୟାଁ, ଅଭିନେତା ସୁଧୀର ମହାନ୍ତି, ସନ୍ତୋଷ ମହାନ୍ତି, ସୋମନାଥ ସିଂହ, ଅସିତ ଦାସ, ଜ୍ଞାନରଞ୍ଜନ ପଣ୍ଡା, ରାଜୀବ ପାତ୍ର, ଲମ୍ବୋଦର ସିଂ ମହୋତ୍ସବର ସଫଳତା କାମନା କରିବା ସହିତ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରିଥିଲେ I ଶେଷରେ ଇ. ପୀତବାସ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ