ଜାତୀୟ ନାଟ୍ୟ ମହୋତ୍ସବ ଉଦଯାପିତ ଶେଷ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କଲା ବାରିପଦାର ନାଟକ "ଚିଠି"

Nov 18, 2025 - 20:39
 0  9
ଜାତୀୟ ନାଟ୍ୟ ମହୋତ୍ସବ ଉଦଯାପିତ ଶେଷ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କଲା ବାରିପଦାର ନାଟକ "ଚିଠି"

ବାରିପଦା - ତା :- ୧୮/୧୧/୨୦୨୫ ରିଖ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଓମ ନାଟ୍ୟ ସଂସ୍ଥାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବ ଉଦଯାପିତ ହୋଇଯାଇଛି I ଶେଷ ସନ୍ଧ୍ୟାରେ ଓମ ନାଟ୍ୟ ସଂସ୍ଥା ପ୍ରଯୋଜିତ ଓଡ଼ିଆ ନାଟକ "ଚିଠି" ମଞ୍ଚସ୍ଥ ହୋଇଯାଇଛି I ପ୍ରଦୀପ ଭୋଳଙ୍କ ମୂଳ ରଚନାକୁ ନାଟ୍ୟ ରୂପାନ୍ତର କରିଥିବା ଡଃ କୃଷ୍ଣଚନ୍ଦ୍ର ଦାସ ଏବଂ ଧୀର ବଶାଙ୍କ ନିର୍ଦ୍ଦେଶିତ ନାଟକରେ ଧୀର ବଶା, ଜ୍ଞାନ ପଣ୍ଡା, ଅସିତ ଗିରି, ସୁଜୟ ମହାନ୍ତି, ବିଜୟିନୀ ବେହେରା ଓ ଆଦ୍ୟାଶା ସାହୁ ଅଭିନୟ କରିଥିବା ବେଳେ ଆଲୋକରେ ଶ୍ରୀକାନ୍ତ ଚୌଧୁରୀ, ସଂଗୀତରେ ଶକ୍ତିପ୍ରସାଦ ମିଶ୍ର, ମଞ୍ଚସଜ୍ଜାରେ ନରସିଂହ ବାରିକ ଓ ନୃତ୍ୟ ନିର୍ଦ୍ଦେଶନାରେ ଅମିତ ବାରିକ ସହଯୋଗ କରିଥିଲେ I ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ ଗୋଛାୟତ, ମୁଖ୍ୟ ବକ୍ତା ଭାବେ ଶିଳ୍ପପତି ତଥା ନାଟ୍ୟ ମହୋତ୍ସବର ପୃଷ୍ଠପୋଷକ ପଦ୍ମଲୋଚନ ମହାନ୍ତି ଓ ଏମ ପି ସି ଆଲୁମିନି ଏସୋସିଏସନର ସମ୍ପାଦକ ପ୍ରିତିଶ ବଶା ଶେଷ ସନ୍ଧ୍ୟାର ନାଟକର ଉଦଘାଟନ କରିବା ସହ ବାରିପଦାରେ ଜାତୀୟ ନାଟ୍ୟ ମହୋତ୍ସବର ଆୟୋଜନ ସ୍ଥାନୀୟ କରକାରଙ୍କୁ ପ୍ରଭାବିତ କରିବ ବୋଲି ପ୍ରକାଶ କରିଥିଲେ I ଏହି ଅବସରରେ ମଞ୍ଚ ଅଭିନେତ୍ରୀ ଶର୍ମିଷ୍ଠା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ସଂସ୍ଥାର ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିବା ବେଳେ ସହ ସଂପାଦକ ରଣଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I ଅଭିନେତାମାନଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା I ଶେଷରେ ଓମ ନାଟ୍ୟ ସଂସ୍ଥା ସହିତ ଜଡିତ ୭୦ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ