ଜଳିଗଲା ଇଭି ଗାଡ଼ି ସୋରୁମ ଭସ୍ମ ହୋଇଗଲା ୬୦ ଲକ୍ଷରୁ ଅଧିକ ମୂଲ୍ୟର ସମ୍ପତ୍ତି
ବାରିପଦା ତା ୧୦/୦୧(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା.) ବାରିପଦା ଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଇଭି ଗାଡ଼ି ସୋ ରୁମରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୩୨ରୁ ଅଧିକ ବ୍ୟାଟେରୀ ଗାଡ଼ି ଜଳି ଭସ୍ମ ହୋଇଯାଇଛି. ସୂଚନା ମୁତାବକ ବାରିପଦା ଦାରଗାଡ଼ାହି ଗୋଲେଇ ନିକଟସ୍ଥ କାଇନେଟିକ ଗ୍ରୀନ ସୋରୁମରେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ନିଆଁ ଲାଗିଥିଲା. ଖବରପାଇ ଦୂୁଇଟି ଅଗ୍ନିଶମ ଟିମ ପ୍ରାୟ ଦୀର୍ଘ ୨ ଘଣ୍ଟା ଉଦ୍ୟମ ପରେ ଅଗ୍ନୀକୁ ଆୟତ୍ତ କରିଥିଲେ. ତେବେ ଏହି ଅଗ୍ନିକାଣ୍ଡ ରେ ସୋରୁମରେ ଥିବା ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ନୂଆ ଗାଡି ଇତ୍ୟାଦି ପୋଡି ପାଉଁଶ ହୋଇଯାଇଛି. ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇନାହିଁ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0