।। ଜନ୍ମଦିନରେ ଦମ୍ପତିଙ୍କ ରକ୍ତଦାନ ଓ ବୃକ୍ଷରୋପଣ ।।

Jul 30, 2024 - 06:14
 0  8
।।  ଜନ୍ମଦିନରେ ଦମ୍ପତିଙ୍କ ରକ୍ତଦାନ ଓ ବୃକ୍ଷରୋପଣ ।।

ବାରିପଦା - ତା :- ୨୯/୦୭/୨୦୨୪ ରିଖ ସମୟ ଅନୁସାରେ ବଦଳୁଛି ମଣିଷର ଚିନ୍ତାଧାରା I ଜନ୍ମଦିନ, ବିବାହ ବାର୍ଷିକୀକୁ ଘରେ ପାରମ୍ପାରିକ ରୀତିରେ ପାଳନ ନ କରି ସମାଜର ମଙ୍ଗଳ ପାଇଁ ରକ୍ତଦାନ ଓ ବୃକ୍ଷ ରୋପଣ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରୁଛନ୍ତି I ସେହି ଧାରାରେ ଚାନ୍ଦୁଆ ବ୍ଲକର କୁଆବୁଡ଼ା ପଂଚାୟତ ଅନ୍ତର୍ଗତ ଧଡ଼ିପଡ଼ା ଗ୍ରାମର ଦମ୍ପତି ବାରିପଦା ଆସି ପତ୍ନୀ ଗୌରୀମଣି ବାସ୍କେଙ୍କ ଜନ୍ମଦିନ ଅବସରରେ ନିଜ ସ୍ୱାମୀ ବୈଦ୍ୟନାଥ ମୁର୍ମୁଙ୍କ ସହ ରକ୍ତଦାନ କରିବା ସହ ରକ୍ତ ଭଣ୍ଡାର ପରିସରରେ ଗୋଟିଏ ଚାରା ରୋପଣ କରିଥିଲେ I ନାରାୟଣ ସେବା ଟ୍ରଷ୍ଟର କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ପାଇଁ ସହଯୋଗ କରିଥିଲେ I ଟ୍ରଷ୍ଟର ପ୍ରତିଷ୍ଠାତା ଡଃ ନିରୋଜ କୁମାର ପୋଥାଳ, ଉପଦେଷ୍ଟା ସୋମନାଥ ସିଂହଙ୍କ ସମେତ ଅସୀମ କୁମାର ଚକ୍ରବର୍ତ୍ତୀ, ବସନ୍ତ କୁମାର ମହାପାତ୍ର, ପ୍ରତାପେଶ୍ୱର ଦାଶ, ରାଜେଶ କୁମାର ନନ୍ଦୀ, ସୁମିତା ଚୌବେ, ଅମ୍ରିତାରେଖା ରାୟ, ଭାସ୍ବତୀ ପଣ୍ଡା ଓ ମାନି ଗିରି ତଥା ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ପ୍ରମୁଖ ଉପସ୍ଥିତ ରହି ଉଭୟ କାର୍ଯ୍ୟକ୍ରମରେ ଦମ୍ପତିଙ୍କୁ ଉତ୍ସାହିତ କରିଥିଲେ I ରକ୍ତ ଭଣ୍ଡାରର ମେଡିକାଲ ଅଫିସର ଡଃ ନୀଲେଶ ଦାସ ଉଭୟଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିଥିଲେ I ତତସହିତ ନାରାୟଣ ସେବା ଟ୍ରଷ୍ଟ ତରଫରୁ ମଧ୍ୟ ଉଭୟଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା I

 ମୟୂରଭଞ୍ଜ, ବାରିପଦାରୁ - ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ