ଛାତ୍ରୀଛାତ୍ର ଅସୁସ୍ଥ ଘଟଣା ଟିକା ଯୋଗୁଁ ନୁହେଁ: ଭୁତାଣୁ ଜନିତ ଜ୍ୱର ହୋଇଛି

Jul 19, 2025 - 22:06
 0  16
ଛାତ୍ରୀଛାତ୍ର ଅସୁସ୍ଥ ଘଟଣା ଟିକା ଯୋଗୁଁ ନୁହେଁ: ଭୁତାଣୁ ଜନିତ ଜ୍ୱର ହୋଇଛି

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ପାଟାଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣାରେ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲା ଅତିରିକ୍ତ ସ୍ବାସ୍ଥ୍ୟାଧିକାରୀ ପ୍ରସନ୍ନ କୁମାର ତ୍ରିପାଠୀ ତଦନ୍ତ କରିବାକୁ ପାଟାଙ୍ଗି ବିଦ୍ୟାଳୟ ସମେତ ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ କରିଛନ୍ତି। ସେ ବିଦ୍ୟାଳୟରେ ଅସୁସ୍ଥ ଥିବା ଛାତ୍ରୀଛାତ୍ରଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି କହିଥିଲେ ଯେ, ସେମାନଙ୍କୁ ଭୂତାଣୁ ଜନିତ ଜ୍ୱର, ଥଣ୍ଡା, କାଶ, ବ୍ୟଥା ଆଦି ରହିଛି। ଟିକା ଯୋଗୁ କୌଣସି ହାନି ହୋଇ ନ ଥିବା ସେ କହିଛନ୍ତି। ସେ କହିଛନ୍ତି, ଛାତ୍ରୀଛାତ୍ରଙ୍କ ମ୍ୟାଲେରିଆ ମଧ୍ୟ ପରୀକ୍ଷା କରାଯାଇଥିଲା କିନ୍ତୁ ସେଭଳି କିଛି ସମସ୍ୟା ନାହିଁ ଅଞ୍ଚଳରେ ବର୍ଷା ଯୋଗୁ ଜଳବାୟୁ ପରିବର୍ତ୍ତନ ପାଇଁ ଏପରି ଥଣ୍ଡା ଜ୍ୱର ହୋଇଛି।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ