।। ଚେରଙ୍ଗଗୁଡାରେ ୧୫ଦିନ ଧରି ଲାଗି ରହିଛି ଝାଡ଼ା,ବାନ୍ତି:ସେଥିରେ ଆଜି ଜଣଙ୍କର ମୃତ୍ୟ ଘଟିଛି ।।

Jun 8, 2025 - 20:42
 0  11
।। ଚେରଙ୍ଗଗୁଡାରେ ୧୫ଦିନ ଧରି ଲାଗି ରହିଛି ଝାଡ଼ା,ବାନ୍ତି:ସେଥିରେ ଆଜି ଜଣଙ୍କର ମୃତ୍ୟ ଘଟିଛି ।।

କୋରାପୁଟ ଜିଲ୍ଲା,କୋରାପୁଟ ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମପଞ୍ଚାୟତ ନିକଟସ୍ଥ ୨୧ନଂ ୱାର୍ଡ ଚେରଙ୍ଗଗୁଡା ଗୁଡ଼ା ଗ୍ରାମରେ ଏଭଳି ଝାଡ଼ା ବାନ୍ତି ଲାଗି ରହିଛି ।ଏଭଳି ଘଟଣା ଘଟିବା ସ୍ୱାସ୍ଥ୍ୟ ବିଭାଗ ପାଇଁ ନିନ୍ଦନୀୟ ଅଟେ ।୧୫ ଦିନ ମଧ୍ୟରେ ପ୍ରାୟ ୮ଜଣ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହେଇଥିବା ବେଳେ ଆଜି ସୁନାବେଡ଼ା ହସ୍ପିଟାଲରେ କବିତା ପାଙ୍ଗିଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି ।ସୂଚନା ମୁତାବକ ରୋଗୀଙ୍କ ଉକ୍ତ ଗ୍ରାମରେ କେହି ନଥିବା ହେତୁ ତାଙ୍କ ପଡ଼ିଶା ଲୋକ ହସ୍ପିଟାଲ କୁ ନେଇଯାଇଥିଲେ।ପରେ ମୃତ୍ୟୁ ଶରୀର ନେବା ପାଇଁ ଆମ୍ବୁଲାନ୍ସ ର ଅସୁବିଧା ହେବା ହେତୁ ସୁନାବେଡ଼ା ମ୍ୟୁନିସିପାଲଟି ଚ୍ୟାରମ୍ୟାନ୍ ରାଜେନ୍ଦ୍ର ପାତ୍ର ଙ୍କୁ ଯୋଗାଯୋଗ କରିବାରୁ ଏକ ଆମ୍ବୁଲାନ୍ସ ଜଗେଇ ଦେଇଥିଲେ ।ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚି ତଦାରଖ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି ।ଯଦି ସ୍ୱାସ୍ଥ୍ୟ ଟିମ ଏ ବିଷୟରେ ତଦାରଖ ନ କରନ୍ତି ତେବେ ଆଗକୁ ମୃତ୍ୟ ସଂଖ୍ୟା ବଡ଼ିବାର ସମ୍ବାବନ ରହିଛି ଏଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ଦାୟୀ ରହିବ ।ଉକ୍ତ ଗ୍ରାମର ରୋଗୀ ମାନେ ବର୍ତ୍ତମାନ କୋରାପୁଟ,ମାଥାଲପୁଟ,ଏବଂ ଆସାକୀରାନ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ନ୍ୟୁଜ ପ୍ରସାରଣ ହେଲା ପରେ ସ୍ୱାସ୍ତ୍ୟ ବିଭାଗ କେତେ ତତ୍ପରତା ଦେଖାଉଛି ତାହା ଦେଖିବାକୁ ବାକି ରହିଲା ।

ରଞ୍ଜିତ ଖୋରାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ