ଚାହଁତ୍ ହେତୋ ରାହତ୍ ହେଁ ଏପରି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ

Feb 22, 2025 - 06:27
 0  248
ଚାହଁତ୍ ହେତୋ ରାହତ୍ ହେଁ ଏପରି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା ବ୍ଲକ ସଦର ଅନ୍ତ ର୍ଗତ ଛେଲିଆମାଲ ଗ୍ରାମ ଠାରେ ।୧୫/୦୮/୨୦୦୪ରେ ଗ୍ରାମରେ, ମାଝୀ ପଡା ଠାରେ ୧୩ ଜଣ ମହିଳା ଙ୍କ ନିଜସ୍ୱ ଉଦ୍ୟମ ସହ ଆଙ୍ଗନୟାଡି ଦିଦିଙ୍କ ସାହାଯ୍ୟ ପାଇ ଗଢି ଉଠିଥିଲା ଏ ମାଁ ତାରିଣୀ ମହିଳା ମଣ୍ଡଳ ସ୍ୱୟ ସହାୟକ ଗୋଷ୍ଠୀ ।ଟଙ୍କିଆ ଧୂପ ପ୍ୟାକେଟ ରୁ ବ୍ୟବସାୟ ଆରମ୍ଭ ହୋଇଥିଲା। ମ, ରାମପୁର ରୁ ଧୂପ କିଣି ବିକ୍ରିକରିଥିଲେ ପରେ ପରେ ନିଜର ଆପ୍ରାଣ ଉଦ୍ୟମରେ ମାଛଚାଷ, ଛତୁ ଚାଷ,ଝାଡୁ, ବଡି, ତିଆରି କରିବା ସହିତ ମାଣ୍ଡିଆ ପେକେଟ ବିକ୍ରି ସହ ପାଖ ବଜାର ରେ ଖାଇବା ଜିନିଷ ତିଆରି କରି ବିକ୍ରି କରୁଥିବା ସୂଚନା ଅଛି। ଏପରି ଭଲକାମ କରିଥିବା ରୁ ଜିଲ୍ଲା ସହିତ ରାଜ୍ୟରେ ମଧ୍ୟ ଏ ଗୋଷ୍ଠୀ ସଂ ନିତ ହୋଇ ଅଛନ୍ତି। ସୂଚନା ଯୋଗ୍ୟଯେ ପୂର୍ବତନ ଜିଲ୍ଲାପାଳ ପା଼ଅନେଷ୍ୟା ରେଡ୍ଡି ମାଛ ଚାଷ ସମୟ ରେ ଆସି ତାଙ୍କ କାଯ୍ୟ କଳାପ ଦେଖି ଭୁୟସୀ ପ୍ରଶସାଂ କରିଥିଲେ ଏ ଗୋଷ୍ଟି କେବଳ ନିଜର ଉନ୍ନତି ଯେ କରୁଛନ୍ତି ତାହା ନୁହେଁ, ଗ୍ରାମରେ ହେଉଥିବା ଯାନୀ ଯାତ୍ରାରେ ଅବା ସାମାଜିକ କାର୍ଯ୍ୟକ୍ରମରେ ଅଶ୍ଂଗ୍ରହଣ କରି ସହଯୋଗର ହାତ ବଢ଼ାଉଛନ୍ତି,ଏପରିକି କୋଭିଡ -୧୯ ସମୟରେ ଗ୍ରାମ କୁ ସଚେତନ କରାଇବା ସହିତ ପ୍ରୋତେକ ଘରକୁ ମାକ୍ସ,ସାବୁନ ଓ ଖାଇବା ଜିନିଷ ବଣ୍ଟନ କରିଛନ୍ତି ।ଏ ଗୋଷ୍ଠୀ ରେ ଶ୍ରୀ ମତି ଜୟନ୍ତୀ ମାଝୀ ସଭାନେତ୍ରୀ ଅଛନ୍ତି କୋଭିଡ-୧୯ ସମୟରେ ଏ ଗୋଷ୍ଠୀ ୧୦,୦୦୦ ଟଙ୍କା ଜିଲ୍ଲା ପାଳ ଫଣ୍ଡକୁ ପ୍ରଦାନ କରି ଚର୍ଚ୍ଚା ର ବିଷୟ ହୋଇଥିଲେ :|

 କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ