ଚାକିରୀ କରାଇ ଦେବି କହି ଠକେଇ, ଢ଼ାବା ମାଲିକ ଗିରଫ

Dec 21, 2025 - 16:44
 0  3
ଚାକିରୀ କରାଇ ଦେବି କହି ଠକେଇ, ଢ଼ାବା ମାଲିକ ଗିରଫ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଧିନସ୍ଥ ଦାରିଙ୍ଗିବାଡ଼ି ଛକରେ ଥିବା ଢ଼ାବା ମାଲିକ ପିଣ୍ଟୁ ଓରଫ ପ୍ରିୟ ରଞ୍ଜନ ନାୟକ (୨୯) ବିଭିନ୍ନ ଉପାୟରେ ଜନସାଧାରଣଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ଥିବା ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ପୋଲିସ ସୂଚନା ଅନୁସାରେ ଗତ ନଭେମ୍ବର ୧୭ ତାରିଖରେ କଳାହାଣ୍ଡି ଜିଲ୍ଲା ଜୟ ପାଟଣା ଥାନା ଅଞ୍ଚଳର ପଦ୍ମନାଭ ଛତ୍ରିଆ ଦେଇଥିବା ଲିଖୁତ ଅଭିଯୋଗ ପ୍ରକାରେ ତଦନ୍ତ କରି ଅଭିଯୁକ୍ତ ଦାରିଙ୍ଗିବାଡ଼ି ଥାନା କୁମ୍ଭାରବାଡିର ମୃତ ଗୁଞ୍ଜୁଲୁ ନାୟକର ପୁଅ ପିଣ୍ଟୁ ଓରଫ ପ୍ରିୟ ରଞ୍ଜନ ନାୟକକୁ ତୁମୁଡିବନ୍ଧରେ ପ୍ରଥମେ ଦେଖା ହୋଇଥିଲା। ସେଠାରେ ସମ୍ପର୍କ ସୃଷ୍ଟି କରି ଝିଅକୁ ବାଲିଗୁଡ଼ା ପିଡବ୍ଲଡିରେ ଡାଟା ଏଣ୍ଟ୍ରି ଅପରେଟର ଚାକିରି କରାଇ ଦେବାକୁ କହି ଟଙ୍କା ମାଗିଥିଲା। ବିଶ୍ଵାସରେ ଗତ ଫେବୃଆରୀ ୧୭ ତାରିଖରେ ଝିଅର ବିଭିନ୍ନ ଡକ୍ୟୁମେଣ୍ଟ ସହ ପ୍ରଥମେ ଫୋନ୍ ପେ ମାଧ୍ଯମରେ କୋଡ଼ିଏ ହଜାର ଟଙ୍କା ଅଭିଯୁକ୍ତ ଏକାଉଣ୍ଟକୁ ପଠାଇଥିଲା I ପରେ ପରେ ଏହିପରି ମୋଟ ଦୁଇ ଲକ୍ଷ ଛପନ ହଜାର ପାଞ୍ଚ ଶହ ଟଙ୍କା ପଠାଇଥିଲା। ହେଲେ ଚାକିରି ନହେବାରୁ ବାରମ୍ବାର ଫୋନ୍ ଓ ଦେଖା କରି ଠକୁଥିବା ବିଷୟ ଜାଣି ପାରିଥିଲା। ପରେ ହତାଶ ହେବା ଜାଣି ଛତ୍ରିଆ କ.ନୂଆଗାଁ ଥାନାର ଦ୍ଵାରସ୍ଥ ହୋଇଥିଲେ I ଏହା ପରେ ଥାନା ଅଧିକାରୀ ତଦନ୍ତ ଜାରି ରଖି କେସ ନଂ ୧୭୭/୨୫ ଋଜୁ କରି ଅଭିଯୁକ୍ତ କୁ ୩୧୮(୪) ଧାରାରେ ଗିରଫ କରି କୋର୍ଟକୁ ଚାଲାଣ କରାଯାଇ ତଦନ୍ତ ଅବ୍ୟାହତ ରଖିଥିବା ବିଷୟ ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ