ଚକୋଟିଆ ଭୁଞ୍ଜିଆ ମାନଙ୍କ ଉନ୍ନତି ପାଇଁ ସୁନାବେଡା ରେ ଶିବିର ଅନୁଷ୍ଠିତ

Sep 5, 2024 - 02:54
 0  13
ଚକୋଟିଆ ଭୁଞ୍ଜିଆ ମାନଙ୍କ ଉନ୍ନତି ପାଇଁ ସୁନାବେଡା ରେ ଶିବିର ଅନୁଷ୍ଠିତ

ନୂଆପଡା, ଆଜି 04.09.24.ନୂଆପଡା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ, ଜନମନ ଯୋଜନାରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି l ଏହି କ୍ରମରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ଅଧ୍ୟକ୍ଷତାରେ ସୁନାବେଡା ରେ ଜନମନ ଯୋଜନା ର କାର୍ଯ୍ୟାନ୍ୱୟନ ପାଇଁ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି l ଚକୋଟିଆ ଭୁଞ୍ଜିଆ ଉନ୍ନୟନ କର୍ତୃପକ୍ଷ ବିଜୟା ନନ୍ଦ ମଲ୍ଲିକ ଙ୍କ ଦ୍ୱାରା ଆୟୋଜିତ ସଭାରେ ଜିଲ୍ଲାପାଳ କହିଲେ ଯେ ସୁନାବେଡା ଅଂଚଳରେ ଚକୋଟିଆ ଭୁଞ୍ଜିଆ ଜନଜାତି ଆଦିବାସୀ ଏଯାଏଁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇନାହାନ୍ତି l ଏହି ଜନମନ ଯୋଜନାରେ ସରକାରଙ୍କ ଦ୍ୱାରା ସମସ୍ତଙ୍କୁ ପକ୍କାଘର, ଘରକୁ ନଳପାଣି, ବିଜୁଳି ଯୋଗାଇ ଦିଆଯିବ l ପ୍ରତି ଗାଁକୁ ଭଲ ରାସ୍ତା, ସ୍ୱାସ୍ଥ୍ୟ ଓ ଶିକ୍ଷା, ଟେଲିଯୋଗାଯୋଗ ସୁବିଧା କରାଯିବ l ଯୁବକ ଯୁବତୀ ମାନଙ୍କୁ ଧନ୍ଦା ମୂଳକ ଶିକ୍ଷା ଦିଆଯିବ lବିଭିନ୍ନ ବିଭାଗ ତରଫରୁ ଉପଲବ୍ଧ ସୁବିଧା ସୁଯୋଗ ସମସ୍ତ ପରିବାର ତଥା ସଦସ୍ୟ ଙ୍କ ପାଖରେ ପହଞ୍ଚାଇ ସମସ୍ତଙ୍କୁ ଏକ ଉନ୍ନତ ଜୀବନ ଧାରା ରେ ସାମିଲ କରାଯିବ l ଜନ କଲ୍ୟାଣକାରୀ ଯୋଜନାରୁ ଏମାନଙ୍କ ମଧ୍ୟରୁ ଜଦି କୌଣସି ବ୍ୟକ୍ତି ବଞ୍ଚିତ ଅଛନ୍ତି, ତାହେଲେ ଏଇ ସୁବିଧା ସବୁ ସେମାନଙ୍କ ଦ୍ୱାର ଦେଶରେ ପହଞ୍ଚାଇ ଦିଆଯିବ l ଆଜି ସୁନାବେଡା ରେ ଶିବିର ମାଧ୍ୟମରେ ହିତାଧିକାରୀ ମାନଙ୍କୁ ଆଧାର କାର୍ଡ, ଖାଉଟି କାର୍ଡ, ଜନଧନ ଆକାଉଣ୍ଟ, ଜନ୍ମ ଓ ବାସିନ୍ଦା ପ୍ରମାଣ ପତ୍ର ଯୋଗାଇଦିଆଯାଇଥିଲl ରୋଗ ନିରୂପଣ ଏବଂ ଆଶୁ ଚିକିତ୍ସା ପାଇଁ ଭ୍ରମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯାଇଥିଲା l ଲୋକେ ଏବେ ପ୍ରଶାସନ ପାଖକୁ ଜିବେନାହିଁ, ବରଂ ପ୍ରଶାସନ ଲୋକଙ୍କ ଦ୍ୱାର ଦେଶରେ ସବୁ ସୁବିଧା ଯୋଗାଇ ଦେବ l ଏହି ଅବସରରେ ଜିଲ୍ଲପାଳ ଏହି ସମ୍ପ୍ରଦାୟର ସମ୍ମାନିତ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଆଜିର ଏହି ସଭାରେ ଜିଲ୍ଲାପାଳ ଙ୍କ ସହିତ ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡ଼ିଏଫ ଓ ମହାଦେବ ବଡାଇକ, ଜିଲ୍ଳା କୃଷି ଅଧିକାରୀ ବାବୁଲି ଚରଣ ସେଠି, ସୁନାବେଡା ସରପଞ୍ଚ ରଜନୀ ଜଗତ, ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଜେନା, ବିଡ଼ିଓ, ତହସିଲଦାର କୋମନା, ଜିଲ୍ଳା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ଡିଇ ଜିଏମ ବୀରେନ୍ଦ୍ର ସିଂହ ଦଣ୍ଡସେନା,ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ