।। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟ ର ସମୀକ୍ଷା ବୈଠକ ଅନୁଷ୍ଠିତ ।।

Oct 21, 2024 - 16:01
 0  7
।। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟ ର ସମୀକ୍ଷା ବୈଠକ ଅନୁଷ୍ଠିତ ।।

ନୂଆପଡ଼ା : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଏପିଡି ଯୋଗେଶ୍ୱର ଭୋଇ , ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଦାଶ, ବିଭାଗର ସମସ୍ତ ଯନ୍ତ୍ରୀ, ବିଦ୍ୟୁତ୍ ବିଭାଗ ର ଅଧିକାରୀ ଗଣ ଯୋଗ ଦେଇଥିଲେ l ଜିଲ୍ଲାର ମୋଟ 634 ଗାଁରୁ 552 ଗାଁ କୁ ହର୍ ଘର୍ ଜଲ୍ ଯୋଜନାରେ ସାମିଲ କରାଯାଇଛି l ଏଥିରୁ 357ଗାଁ କୁ ଜଳଯୋଗାଣ ହୋଇସାରିଛି l ବିଦ୍ୟୁତ୍ ବିଭାଗ ସହାୟତାରେ ବାକି ଥିବା ପ୍ରକଳ୍ପ ଗୁଡ଼ିକର ବିଦ୍ୟୁତ୍ କାମ ଶୀଘ୍ର ସମ୍ପନ୍ନ କରାଯିବ l ଠିକାଦାର ମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଶ୍ଚିତ ଭାବରେ ସମସ୍ତ କାମ ସାରିବେ l ହର୍ ଘର୍ ଜଲ୍ ଯୋଜନାରେ ସମସ୍ତ ଗ୍ରାମର ପ୍ରତି ଘରକୁ ଶୀଘ୍ର ପାନୀୟ ଜଳ ପାଇପ୍ ଯୋଗେ ଯୋଗାଇ ଦେବା ପାଇଁ ଯତ୍ନବାନ ହେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ