।। ଗିର୍ଲିମାଳୀରେ ଉଦଯାପିତ ହେଲା କ୍ରିକେଟ ଟୁର୍ନାମେଣ୍ଟ ।।

Mar 19, 2024 - 15:31
 0  14
।। ଗିର୍ଲିମାଳୀରେ ଉଦଯାପିତ ହେଲା କ୍ରିକେଟ ଟୁର୍ନାମେଣ୍ଟ ।।

କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଦୁଧାରୀ ଗ୍ରାମ ପଂଚାୟତ ଫୁଲବନ୍ଧ ଗ୍ରାମରେ ଗିର୍ଲିମାଳୀ କ୍ରିକେଟ ଟୁର୍ନାମେଣ୍ଟ ଯୁବକ ସଙ୍ଘ ତରଫରୁ ଉଦଯାପିତ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଯୁବ ସମାଜସେବୀ ଜୟରାମ ପୂଜାରୀ,ମୁଖ୍ୟ ଅଥିତି ଯୋଗଦେଇ ଥିବା ବେଳେ, ସମାଜ ସେବୀ ତଥା ଯୁବନେତା ସୁନାମ ହନ୍ତାଳ ସଂମାନିତ ଏଥିତି ଭାବେ ଯୋଗଦେଇ ହାରିବା ଓ ଜିତିବା ଖେଳକୁ ନେଇ ନିରାଶ ନ ହୋଇ ଖେଳିବା ସହିତ ଖେଳାଳିଙ୍କୁ କହିଥିଲେ। ଜିଲ୍ଲା ରାଜ୍ୟ ଦେଶ, ବିଦେଶକୁ ଯାଇ ଖେଳି ପାରିବେ ବୋଲି ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ,ଉକ୍ତ ଟୁର୍ନାମେଣ୍ଟରେ 16 ଟି ଟିମ ଯୋଗ ଦେଇ ଥିବା ପାଇନାଲକୁ ଯାଇଥିଲେ,ବାରି ଓ ଗିଚା ମଞ୍ଜାରୀ ଏବଂଶେଷ ରାଉଣ୍ଡରେ ବାରି ଗ୍ରାମ ବିଜୟ ହାସଲ କରିଥିଲା,ୱିନର ଟିମକୁ 12000 ଟଙ୍କା (ବାର ହାଜର )ଏବଂ ଟ୍ରପି,ରନର ଟିମକୁ 10000 ଟଙ୍କା (ଦଶ ହଜାର )ଟ୍ରପି ଏହି ବିଜୟ ଦଳକୁ ଅଥିତୀ ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା, ଏହି ଦୁର୍ଗମ ଅଂଚଳ ଟୁର୍ନାମେଣ୍ଟରେ ସ୍ଥାନୀୟ ସରପଞ୍ଚ ମାଧବ ନନ୍ଦୀବାଲି, ଶିକ୍ଷକ, ସନା ଜାନି, ଅନିଲ ସିରକା, ପ୍ରମୁଖ ଯୋଗ ଦେଇଥିଲେ, ଉକ୍ତ ଟୁର୍ନାମେଣ୍ଟକୁ, ଗିର୍ଲିମାଳି ଫୁଲବନ୍ଧ ଯୁବକ ସଙ୍ଘର ଅଜୟ ଜାନି, କୃପା ଜାନି, ଡମ୍ବୁ ହନ୍ତାଳ, ମୋହନ ସାଉଁତା, ଆନନ୍ଧ ଜାନି, ସନିଆ ଦିଶାରୀ, ନିରଞ୍ଚନ ଦିଶାରୀ,ଏବଂ ଗ୍ରାମବାସୀ ସହ ପ୍ରମୁଖ ଆୟୋଜନ କରି ଥିଲେ,।

 କୋରାପୁଟ ରୁ ରୂପ ଖୋରାଙ୍କ ରିପୋର୍ଟ କୋରପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ