।। ଗାଁ କୁ ନାହିଁ ଭଲ ରାସ୍ତା ଲୋକେ ହେଉଛନ୍ତି ଅସନ୍ତୋଷ ।।

Apr 4, 2024 - 12:09
 0  19
।। ଗାଁ କୁ ନାହିଁ ଭଲ ରାସ୍ତା ଲୋକେ ହେଉଛନ୍ତି ଅସନ୍ତୋଷ ।।

ଚମ୍ପୁଆ ଗାଁ କୁ ରହିଛି ୩ ଟି ରାସ୍ତା। ଗୋଟିଏ ରାସ୍ତା NH କୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ମଧ୍ୟ ଦେଇ ବ୍ଲକ କାର୍ଯ୍ୟାଳୟ କୁ ଯିବା ଆସିବା ପାଇଁ ଅଧିକ ୧୫ କିଲୋମିଟର ବୁଲିବାକୁ ପଡେ । ତାହା ପୁଣି ଅନ୍ୟ ପଞ୍ଚାୟତ ର ଅଞ୍ଚଳ ମଧ୍ୟ ଦେଇ। ଅନ୍ୟ ଦୁଇ ରାସ୍ତା ମଧ୍ୟରୁ ଗୋଟିଏ ସିଧାସଳଖ ପଞ୍ଚାୟତ କାର୍ଯ୍ୟାଳୟ କୁ ସଂଯୋଗ କରୁଥିବା ବେଳେ ଅନ୍ୟଟି ବ୍ଲକ କାର୍ଯ୍ୟାଳୟ କୁ ସଂଯୋଗ କରେ। ତେବେ ଏହି ଦୁଇ ରାସ୍ତା ର ଦୟନୀୟତା ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନାହିଁ। ରାସ୍ତା ସାରା ବିରାଟ ବିରାଟ ଖାଲ ଯାତାୟାତ ରେ ସମସ୍ୟା ସୃଷ୍ଟି କରୁଥିବା ବେଳେ ସାମାନ୍ୟ ବର୍ଷାରେ ଏହି ରାସ୍ତା ରେ ଗାଡ଼ିରେ ଯିବା ଦୂରର କଥା ପାଦରେ ଯିବାଆସିବା ଅସମ୍ଭବ ହୋଇପଡେ। ଦୀର୍ଘ ବର୍ଷ ହେବ ଏହି ଦୁଇ ରାସ୍ତା ରେ ମାଟି ମୁଠେଇ ପଡିନଥିବା ବେଳେ ବର୍ଷା ହେଲେ ଗ୍ରାମ ବାସୀ ୧୫ କିଲୋମିଟର ବୁଲି NH ମଧ୍ୟ ଦେଇ ଯିବାଆସିବା କରିବାକୁ ବାଧ୍ୟ ହେଉଛନ୍ତି। ଚମ୍ପୁଆ ବ୍ଲକ ଅନ୍ତର୍ଗତ ସୁନାପଶି ପଞ୍ଚାୟତ ର ସରାଶପଶି ଗ୍ରାମ ର ଏହି ଦୁର୍ଦ୍ଦଶା ଏବେ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ କୁ ପୁଞ୍ଜିଭୂତ କରିବାରେ ଲାଗିଛି। ଗାଁରୁ ପଞ୍ଚାୟତ କୁ ସଂଯୋଗ କରୁଥିବା ଯୋଡ଼ାପୋଖରୀ ମଧ୍ୟ ଦେଇ ଜଙ୍ଗଲିଆ ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବା ବେଳେ ଗାଁ ରୁ ବ୍ଲକ କାର୍ଯ୍ୟାଳୟ କୁ ସଂଯୋଗ କରୁଥିବା କୋଦଗାଡିଆ ମଧ୍ୟ ଦେଇ ଯାଇଥିବା ମାଟି ରାସ୍ତା ର ଅବସ୍ଥା ନ କହିବା ଭଲ। ଗ୍ରାମବାସୀ ଙ୍କ ଅଭିଯୋଗ ଅନୁସାରେ ଏହି ଦୁଇ ରାସ୍ତା ସ୍ବାଧୀନତା ପର ଠାରୁ ମାଟି ମୁଠେ ପଡି ନଥିବାରୁ ଖରା ଦିନେ ଗ୍ରାମବାସୀ ଯେନତେନ ପ୍ରକାରେ ଯିବାଆସିବା କରୁଥିବା ବେଳେ ବର୍ଷା ହେଲେ ୧୫ କିଲୋମିଟର ଦୂର ବୁଲି ଝୁମ୍ପୁରା ବ୍ଲକ ର ନାରଦ ପୁର ମଧ୍ୟ ଦେଇ ଯିବାଆସିବା କରିବାକୁ ବାଧ୍ୟ ହେଉଛନ୍ତି। ଯାହାକୁ ନେଇ ଗ୍ରାମ ରେ ଅସନ୍ତୋଷ ପୁଞ୍ଜିଭୂତ ହୋଇସାରିଛି। ତେବେ ଦେଖିବା ସରକାର କେବେ ଶୁଣୁଛନ୍ତି ଏଇ ଗ୍ରାମର ଦୁଃଖ ।

 ବ୍ୟୁରୋ ଚିପ୍ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ